ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ ନେଇ ବ୍ରିଟିଶ ବ୍ରୋକରେଜ ବର୍କଲେଜ ପକ୍ଷରୁ ଆକଳନ କରାଯାଇଛି। ଭାରତ ବଜାର ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଏବେ ବିକାଶ ହାର ପୂର୍ବାନୁମାନକୁ କମ୍‌ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ସହାୟତା ପ୍ୟାଜେକ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି ସମୟରେ ଏଜେନ୍ସି ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୭% ପଏଣ୍ଟ ହ୍ରାସ କରିବା ସହ ୩.୫% ରଖିଛି।
ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। ଏହି ବୈଠକରେ ସୁଧହାର ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହାବାଦ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ୦.୬୫% ସୁଧହାର ହ୍ରାସ ଘୋଷଣା କରିପାରେ। ଏହାବାଦ ବର୍ଷ ମଧ୍ୟରେ ୧% ରେପୋ ହ୍ରାସ ହୋଇପାରେ ବୋଲି ବର୍କଲେଜ ଏହାର ରିପୋର୍ଟରେ ପ୍ରକାଶ କରିଛି। ସାରା ଦେଶ ଲକ୍‌ଡାଉନ ହୋଇଯିବା ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଦେଶର ପୁଞ୍ଜି ବଜାର ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର କାରବାରରେ ସେନ୍‌ସେକ୍ସ ୦.୪୭% ନିମ୍ନରେ ରହିଛି। ୩ ସପ୍ତାହରେ ସାରା ଦେଶକୁ ପ୍ରାୟ ୯୦ ବିଲିୟନ କ୍ଷତି ସହିବାକୁ ପଡିବ। ଏହାବାଦ ପୂର୍ବରୁ କିଛି ରାଜ୍ୟ ଲକ୍‌ଡାଉନ ଘୋଷଣା କରିଥିବାରୁ ଏଥି ଜନିତ କ୍ଷତିକୁ ମିଶାଇଲେ ମୋଟ କ୍ଷତି ୧୨୦ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି।
ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ କ’ଣ ରହିବ ସେ ନେଇ ସରକାର ଏବେ ଯାଏ ନୀରବ ରହିଥିବା ଘରୋଇ ବ୍ରୋକରେଜ ଫାର୍ମ ଏମ୍‌କେ ପ୍ରକାଶ କରିଛି। ଏ ଦିଗରେ ନୀତି ନିର୍ଦ୍ଧାରକ ଆଗୁଆ ଲଗାଇଥିବା ପୂର୍ବାନୁମାନ ପାଇଁ ନିର୍ଦ୍ଧାରକଙ୍କୁ ଏମକେ ଧନ୍ୟବାଦ ପ୍ରଦାନ କରିଛି। ଏହି ଏଜେନ୍ସି କହିଛି ଯେ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପ ଏବେ ଯାଏ ଅଣ୍ଟାସଳଖି ଛିଡା ହୋଇନାହିଁ। ସରକାର ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଏହି କ୍ଷେତ୍ରଗୁଡିକର ସମସ୍ୟାକୁ ଲାଘବ କରାଯାଇ ପାରିବ ବୋଲି କୁହାଯାଇଛି। କ୍ଷୁଦ୍ର ବାଣିଜ୍ୟ ଲାଗି ଋଣ ସୁବିଧା, ଋଣ ପୁନର୍ଗଠନ, ନଗଦ ସୁବିଧା, ଟାସ୍କଫୋର୍ସ ସୁବିଧା ଏବଂ ରାଜ୍ୟଗୁଡିକ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏଡେଲଓ୍ବିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ଅସୁବିଧା ସମୟରେ ଯେଭଳି ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ ଦିଗରେ ସରକାର ଠିକ୍‌ ଭାବେ ପଦକ୍ଷେପ ନେଇନାହାନ୍ତି। ଭାରତକୁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


All Right Reserved By Dharitri.Com

ଲଗାତର ୩ ମାସ ଲାଗି କମିଲା ଶକ୍ତି ଚାହିଦା

ନୂଆଦିଲ୍ଲୀ,୧୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଜଟିଳ ହେଉଥିବା ଜଣାପଡିଛି। ଲଗାତର ଭାବେ ୩ ମାସ ଲାଗି ଦେଶର ଶକ୍ତି ଚାହିଦା ହ୍ରାସ...

ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ...

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

୬ ମାସ ପରେ ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୧୩-୮: ଜୁଲାଇରେ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅର୍ଥାତ୍‌ ଖୁଚୁରା ମୁଦ୍ରାସ୍ଫୀତି ଗତ ୬ ମାସ ପରେ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ...

ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

  ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧%...

ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ...

ବାଇଜୁସ୍‌ର ରବିନ୍ଦ୍ରନ ଦେଶର ନୂଆ କୋଟିପତି;ଟ୍ୟୁସନରୁ ମିଳିଥିଲା ଆପ୍‌ ତିଆରି ଆଇଡିଆ

ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି...

ଅନ୍‌ବୋର୍ଡ ସେବାର ଆଉଟସୋର୍ସିଂ କରିବ ରେଲଓ୍ବେ

ନୂଆଦିଲ୍ଲୀ,୨୩-୧୧: ରେଲଓ୍ବେ ଏହାର କମର୍ସିଆଲ ଏବଂ ଅନ୍‌ବୋର୍ଡ ସେବାର ଆଉଟସୋର୍ସିଂ କରିବ। ଘରୋଇ କମ୍ପାନୀଗୁଡିକଠାରୁ ଏହି ସେବା ନିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର...

Leave a comment

Your email address will not be published. Required fields are marked *