ଟୋକନଧାରୀଙ୍କଠାରୁ ଧାନ କିଣ: ଜିଲାପାଳ

ପାଲଲହଡା,୨୫।୩(ଡି.ଏନ.ଏ.)- ଟୋକନ ଥାଇ ମଧ୍ୟ ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ୧୧ଟି ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ନେଇ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଏପରିକି ଧାନବସ୍ତା ରଖି ଧାରଣା ଦିଆଯିବ ବୋଲି ଚାଷୀମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଧାନ କିଣା ଜାରି ରଖିବାକୁ ପାଲଲହଡ଼ାର ମିଲରମାନଙ୍କୁ ଗତ ୨୩ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲାପାଳ ପ୍ରଧାନ ସୂଚନା ଦେଇଛନ୍ତି।
ଉକ୍ତ ଦାବିପତ୍ରରେ ଚାଷୀମାନେ ଦର୍ଶାଇଥିଲେ ଯେ, ନିଜିଗଡ଼ ସମବାୟ ସମିତିରେ ଚଳିତ ବର୍ଷ ୫୦୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪୧ ଜଣ ଟୋକୋନ ଥାଇ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି। ମଣ୍ଡିକୁ ଅଧାରୁ ବନ୍ଦ କରାଯାଇଥିବାରୁ ଚାଷୀମାନେ ଧାନ ବସ୍ତା ରଖି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଦାବିପତ୍ର ପାଇବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗତ ୨୩ ତାରିଖରେ ପତ୍ର ସଂଖ୍ୟା ୦୧୦୬୭୮/୨୦ରେ ନିଜିଗଡ଼ ସୋସାଇଟିରୁ ୧୫୯୩.୬୯ କୁଇଣ୍ଟାଲ, ସଇଡା ସୋସାଇଟିରୁ ୨୦୬.୯୫ କୁଇଣ୍ଟାଲ, ଚଷାଗୁରୁଜାଙ୍ଗ ସୋସାଇଟିରୁ ୮୬.୯୮ କୁଇଣ୍ଟାଲ, ଖମାର ସୋସାଇଟିରୁ ୪୬୭.୨୪ କୁଇଣ୍ଟାଲ, ଶଙ୍ଖମୁର ସୋସାଇଟି ରୁ ୩୦୩.୭୭ କୁଇଣ୍ଟାଲ, ଇଞ୍ଜିଡି ସୋସାଇଟିରୁ ୨୧୧.୦୪ କୁଇଣ୍ଟାଲ ଏବଂ ମୁଣ୍ଡରିବେଡା ସୋସାଇଟିରୁ ୩୫୩.୦୭ କୁଇଣ୍ଟାଲ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କିଭଳି ଭାବେ ଚାଷୀମାନେ ସୁବିଧାରେ ମଣ୍ଡିରେ ଧାନ ବିକ୍ରିକରି ପାରିବେ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ଅଜିତ କୁମାର ପ୍ରଧାନ ଏବଂ ଉପଖଣ୍ଡ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉପଜିଲାପାଳ କହିଛନ୍ତି, ଲକ୍‌ଡାଉନ୍‌ ଓ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଗହଳି ନ କରି ଜଣେ କିମ୍ବା ଦୁଇ ଜଣ ମଣ୍ଡିରେ ଧାନ ଦେଇ ସରିଲା ପରେ ପୁଣି ଜଣେ ଦୁଇଜଣ ଧାନ ମଣ୍ଡିରେ ଦେବେ। ଏଥିପାଇଁ ସୋସାଇଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲାପାଳ ପ୍ରଧାନ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବଇଣ୍ଡା, ୨୦ା୯(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ପାଗବନ୍ଧା ନିକଟରେ ଶୁକ୍ରବାର ସକାଳେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ...

ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ...

ଚଉ କାଠ ଜବତ, ୨ ଗିରଫ

ବଇଣ୍ଡା,୩।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଚାର ଖେମୁଣ୍ଡି ଜଙ୍ଗଲରେ ରବିବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ହଜାର ଟଙ୍କାର ଶାଳ ଚଉକାଠ ଜବତ କରାଯାଇଛି।...

୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ: ପ୍ରତି ଜିଲାରୁ ୩ ବିଦ୍ୟାଳୟକୁ ମିଳିବ ସ୍କୁଲ ଅଫ୍‌ ଏକ୍ସିଲେନ୍ସି

ଅନୁଗୋଳ ଅଫିସ, ୨୪।୧୨ – ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବିଦ୍ୟାଳୟ...

ବେଆଇନ ବାଲି, ପଥର ବୋଝେଇ ଟ୍ରାକ୍ଟର; ହାଇୱା ଜବତ

ଛେଣ୍ଡିପଦା,୩୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ଶନିବାର ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ହାଇୱା ଜବତ କରାଯାଇଛି। ସୂଚନାନୁଯାୟୀ,...

ତିନି ମାସର ଦରମା ଦାନ କଲେ ମୁକେଶ

ପାଲଲହଡ଼ା, ୨୭।୩ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡା ବିଧାୟକ ମୁକେଶ କୁମାର ପାଲ ତାଙ୍କର ଆଗାମୀ ୩ ମାସର ଦରମା (ବେସିକ ସାଲାରି) ବାବଦ ୧ଲକ୍ଷ...

ଅନୁଗୋଳ ପୋଲିସ ମୁଖ୍ୟାଳୟରେ ଉଦ୍‌ଘାଟିତ ହେଲା ସିଟି ସର୍ଭିଲେନ୍ସ, ଆଇଟିଏମ୍‌ଏସ୍‌ ବ୍ୟବସ୍ଥା

ଅନୁଗୋଳ ଅଫିସ,୨।୮: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏବଂ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର...

ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦ ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।...

Leave a comment

Your email address will not be published. Required fields are marked *