ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ ମେଶିନ, ୪୬୪ ବୋତଲ ନକଲି ମଦ, ସ୍ପିରିଟ୍‌, କଲର, ଏସିଡ୍‌, ବାରକୋଡ଼, ଲେବୁଲ, ଖାଲି ବୋତଲ ସମେତ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ବେଆଇନ ନକଲି ମଦ ତିଆରି କରୁଥିବା ଅଭିଯୋଗରେ ଛକଡି ପୃଷ୍ଟିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବଡ଼ ଭାଇ ପାଣ୍ଡବ, ପୁତୁରା ସଞ୍ଜୟ ଏବଂ ପ୍ରଭାତ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୬୪/୨୦ରେ ମାମଲା ରୁଜୁ ହୋଇଛି। ବୁଧବାର ଛକଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି। ଏପରି ନକଲି ମଦ ପ୍ରସ୍ତୁତିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌ଆଇ ସରୋଜ ସେଠୀଙ୍କୁ ପ୍ରଦାନ କରାଯାଇଛି।


All Right Reserved By Dharitri.Com

ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ...

ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା...

ଆଇଆଇଏମ୍‌ସିରେ ଆରମ୍ଭ ହେଲା ପାଠପଢ଼ା

ଢେଙ୍କାନାଳ ଅଫିସ,୩।୮ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଶୁକ୍ରବାରଠାରୁ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଉଭୟ ଇଂଲିଶ ଏବଂ ଓଡ଼ିଆ ସାମ୍ବାଦିକତା ସ୍ନାତକୋତ୍ତର ଡିପ୍ଲୋମା ବିଭାଗରେ ପାଠପଢ଼ା...

୨ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କାମାକ୍ଷାନଗର,୧୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ମାଣ୍ଡୁକୁରାଠାରେ ସୋମବାର ଅପରାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ...

୧୪ରେ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ,୧୦ା୨: ବରଗଡ ପରେ ଢେଙ୍କାନାଳରେ ସିଟି ହସ୍‌ପିଟାଲ ଦାବି ଜୋର ଧରିଛି। ଏହାକୁ ନେଇ ଢେଙ୍କାନାଳ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଅପରାହ୍ନ ୫ଟାରେ...

ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ...

୩ ଲୁଟେରା ଗିରଫ

ଢେଙ୍କାନାଳ ଅଫିସ, ୩୦।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ନିକଟ ଓଭରବ୍ରିଜ୍‌ରୁ ଟ୍ରକ୍‌ ଚାଳକଙ୍କଠାରୁ ଆକ୍ରମଣ କରି ଲୁଟ୍‌ ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ...

ବେଆଇନ ପଥର ଖାଦାନରେ ଚଢ଼ାଉ: ୭ ଟ୍ରକ୍‌, ୨ ଜେସିବ ଜବତ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲା ଓଡ଼ପଡ଼ା ତହସିଲ ଅଧୀନ ରାଣୀବଣିଆ ବେଆଇନ ପଥର ଖାଦାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଏଥିରେ ୭ ଟ୍ରକ ଓ ୨...

Leave a comment

Your email address will not be published. Required fields are marked *