ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଯୋଗୁ ସାମୂହିକ ଭାବେ ଏକାଠି ହେବାକୁ ବନ୍ଦ କରାଯାଇଥିବାରୁ ସେମାନେ ଭିଡିଓ କଲ୍‌ ଯୋଗେ ବାହା ହୋଇଛନ୍ତି। ବିହାରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ପାଟନାର ଏହି ଦମ୍ପତି ବାହାଘର ପାଇଁ ଏଭଳି ନୂତନ ଉପାୟ ଆପଣାଇଛନ୍ତି। ୬୦ ସେକେଣ୍ଡର ଏହି ଭିଡିଓରେ କାନ୍ଥରେ ଲଗାଯାଇଥିବା ଟିଭିରେ ଉଭୟ କନ୍ୟା ଓ ବରପକ୍ଷର ଭିଜୁଆଲ ଦେଖାଯାଉଛି। କିଛି ସମୟ ପରେ ପରିବାର ସଦସ୍ୟ ପରସ୍ପରକୁ କୁଣ୍ଢାଇ ଶୁଭେଚ୍ଛା ଜଣାଉଛନ୍ତି। ଏହାପରେ କନ୍ୟା ଓ ବର ଟିଭି ନିକଟକୁ ଆସି ଉଭୟେ ଉଭୟଙ୍କୁ ବାହାଘର ପରେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ଏଭଳି ଆଉ କେତେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସିଙ୍ଗାପୁରର ଦମ୍ପତି ନିଜ ରିସେପଶନ ପାର୍ଟିରେ ଭିଡିଓ କଲ୍‌ ଯୋଗେ ଯୋଗଦେଇଥିଲେ। ସେମାନେ ନିକଟରେ ଚାଇନାରୁ ଫେରିଥିବାରୁ ଭିଡିଓ କଲ୍‌ରେ ପାର୍ଟି ଆଟେଣ୍ଡ କରିଥିବା ଜଣାପଡ଼ିଥିଲା।


All Right Reserved By Dharitri.Com

ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ...

୩ ବର୍ଷର କାର୍ଯ୍ୟକାଳ: ନଡ୍ଡାଙ୍କ ଆଗରେ ଦକ୍ଷିଣ ଏବଂ ପୂର୍ବୋତ୍ତର ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ସୋମବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି। ସେ ଏହି ପଦରେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ରହିବେ। ନଡ୍ଡାଙ୍କ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ସୋପିଆନ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୧ କୋଟି ଯୁବକଙ୍କ ପାଇଁ ଆସିବ ସ୍କିଲ ଯୋଜନା

ନୂଆଦିଲ୍ଲୀ, ୫।୭: ଶିକ୍ଷା ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ନୂଆ ଯୋଜନାମାନ ଆପଣାଇଛନ୍ତି। ବଜେଟ୍‌ ମୁଖ୍ୟାଂଶ -ଉଚ୍ଚଶିକ୍ଷା ପାଇଁ ୪୦୦ କୋଟିର ବ୍ୟୟ ବରାଦ,...

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ...

ସିଏଏ ଭାରତୀୟଙ୍କ ନାଗରିକତ୍ୱ ଛଡ଼ାଇ ନେବନି ବରଂ ନିଶ୍ଚିତ କରାଇବ: ଶାହ

ଗାନ୍ଧୀନଗର,୧୧।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୌଣସି ଭାରତୀୟଙ୍କ ନାଗରିକତ୍ୱ ଛଡ଼ାଇ ନେବନି। ବରଂ ଏହି ଆଇନ ଭାରତୀୟଙ୍କ ନାଗରିକତ୍ୱକୁ ନିଶ୍ଚିତ କରାଇବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ...

‘ଶୁଣାଣି ବେଳେ ପରିପକ୍ୱତା ଦେଖାଇଛି ଗଣମାଧ୍ୟମ’

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ଥିଲା ତାଙ୍କର ଶେଷ...

କର୍ନାଟକରେ ୩ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭(ପି.ଟି.): ୧୯୫୬ରେ କର୍ନାଟକ ଗଠନ ହେବା ପରଠୁ ଅଦ୍ୟାବଧି ୨୫ ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ହେଲେ ରାଜ୍ୟର ରାଜନୈତିକ ଇତିହାସରେ କଂଗ୍ରେସର କେବଳ ୩ ନେତା...

Leave a comment

Your email address will not be published. Required fields are marked *