ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍‌ପିଙ୍କ ନାଁରେ ଏତଲା

ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କିନ୍ତୁ କେତେକ ଲୋକ ଏହି ନିୟମକୁ ମାନୁ ନ ଥିବାରୁ କରୋନା ଭାଇରସ୍‌ ବ୍ୟାପିବାର ଅଧିକ ଭୟ ରହିଛି। ଇତିମଧ୍ୟରେ ହାଇଦ୍ରାବାଦରୁ ଜଣେ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ବିଦେଶ ଫେରନ୍ତାଙ୍କ ସମ୍ବନ୍ଧରେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ବାଧ୍ୟତାମୂଳକ ଥିବା ବେଳେ ତେଲେଙ୍ଗାନାର ଡିଏସ୍‌ପି ତାହା ନ କରିବା ସହ ୧୪ଦିନିଆ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ନ ଥିଲେ । ପୁଅ ଲଣ୍ଡନରୁ ଫେରିବା କଥା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନ ଜଣାଇବା ଏବଂ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରିଥିବାରୁ ଡିଏସ୍‌ପି ଏବଂ ତାଙ୍କ ପୁଅଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମର ଡିଏସ୍‌ପିଙ୍କ ପୁଅ ମାର୍ଚ୍ଚ ୧୮ରେ ଲଣ୍ଡନରୁ ଫେରିଥିଲେ। ଏନେଇ ସେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ନ ଥିବା ବେଳେ କିଛି ଦିନ ତଳେ ଉକ୍ତ ଡିଏସ୍‌ପିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କ ପୁଅଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପୁଅ ସହ ଘରେ କାମ କରୁଥିବା ମହିଳାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ସେମାନଙ୍କର ଯାଞ୍ଚ କରାଯାଉଛି।


All Right Reserved By Dharitri.Com

ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ଆନନ୍ଦିବେନ

ଲକ୍ଷ୍ନୌ,୨୯।୭: ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ସୋମବାର ଶପଥ ନେଇଛନ୍ତି ଅନନ୍ଦିବେନ୍‌ ପଟେଲ। ରାଜ ଭବନ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ତାଙ୍କୁ...

ଇରାନରେ ଫସିଥିବା ଭାରତୀୟଙ୍କୁ ମୁକୁଳାଇବାକୁ କଥା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୪।୮: ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକୁଳାଇବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଶନିବାର ସେ ଟୁଇଟ୍‌ କରି ଏହା ଜଣାଇଛନ୍ତି। ଷ୍ଟେନା...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...

ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପଶ୍ଚିମବଙ୍ଗକୁ ବ୍ୟାପିଲା ନିଆଁ

ଗୁଆହାଟୀ/ନୂଆଦିଲ୍ଲୀ/କୋଲକାତା, ୧୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ନୂଆ ନାଗରିକତ୍ୱ ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରେ ଚାଲିଥିବା ଆନ୍ଦୋଳନର ନିଆଁ ଶୁକ୍ରବାର ପଶ୍ଚିମବଙ୍ଗକୁ ବ୍ୟାପିଛି। ଆସାମ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ ଓ...

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା...

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ

ନୂଆଦିଲ୍ଲୀ,୧୧।୧୧: ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି...

Leave a comment

Your email address will not be published. Required fields are marked *