ଲକ୍‌ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ

ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍‌ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ସେମାନେ ପରିବାର କିପରି ଚଳାଇବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି । ଏପରି ପରିସ୍ଥିତି ବୌଦ୍ଧ ଜିଲାର ଅନ୍ୟ ଅଞ୍ଚଳ ସହ ମନମୁଣ୍ଡାରେ ଦେଖିବାକୁ ମିଳିଛି । ଅଧିକାଂଶ ଦିନ ମଜୁରିଆ, ଶ୍ରମିକମାନଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନେ ଯେଉଁ ଦିନ ଯାହା ରୋଜଗାର କରନ୍ତି ,ସେହିଦିନ ଖର୍ଚ୍ଚ କରିଦିଅନ୍ତି । କାମ କଲେ ଖାଆନ୍ତି ନ ହେଲେ ଭୋକରେ ରହିବା ଏକରକମ ନିଶ୍ଚିତ । ସେମାନେ ଏବେ ହାତବାନ୍ଧି ଘରେ ବସିଥିବାରୁ ଆଗାମୀ ଦିନରେ ଅନାହାର ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି କରୋନାକୁ ନେଇ ସରକାର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରିଥିବାରୁ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି । ପୂଜକ କେବଳ ଠାକୁରଙ୍କ ନୀତିକାନ୍ତି କରି ଫେରି ଆସୁଥିବାର ଦେଖିବାକୁ ମିଳୁଛି । ମନମୁଣ୍ଡା ଅଞ୍ଚଳର ପୁରାତନ ଦଧିବାମନଜୀଉ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର ଓ ଦୁର୍ଗାଦେବୀ ମନ୍ଦିରରେ ପ୍ରତ୍ୟେକ ଦିନ ଶତାଧିକ ଭକ୍ତଙ୍କ ସମାବେଶ ହୋଇଥାଏ । ଭକ୍ତଙ୍କ ଦକ୍ଷିଣାକୁ ନେଇ ପୂଜକ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଭକ୍ତ ଆସୁ ନ ଥିବାରୁ ସେମାନଙ୍କ ସମସ୍ୟା ବଢିଯାଇଛି । ଦଧିବାମନ ଜୀଉ ମନ୍ଦିର ପୂଜକ ଗୋପୀନାଥ ହୋତା, ସୁବର୍ଣ୍ଣମେରୁ ମନ୍ଦିର ପୂଜକ ନରସିଂହ ଥନାପତି, ବିଶ୍ୱନାଥ ଥନାପତି, ଦୁର୍ଗାଦେବୀ ମନ୍ଦିର ପୂଜକ କୁନା ମିଶ୍ର ପ୍ରମୁଖ ପରିବାର କେମିତି ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡି ଯାଇଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଲୋକଙ୍କ ଘରଙ୍କୁ ଯାଇ କର୍ମକାଣ୍ଡ ଓ ବିଭିନ୍ନ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି। ଜଜମାନମାନେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିବାରୁ ବ୍ରାହ୍ମଣମାନଙ୍କ ଆୟ ଠପ୍‌ ହୋଇଯାଇଛି । ଏଭଳି ପରିସ୍ଥିତିରେ ଦିନ ମଜୁରିଆମାନଙ୍କ ସହ ପୂଜକ ଓ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ସାହାଯ୍ୟ କରିବାକୁ ମନମୁଣ୍ଡା ବ୍ରାହ୍ମଣ ସମାଜ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ସମ୍ପାଦକ ବୈଦ୍ୟନାଥ ହୋତା ନିବେଦନ କରିଛନ୍ତି ।


All Right Reserved By Dharitri.Com

ହାତୀପଲ ପାଇଁ ବନ ବିଭାଗ ନୟାନ୍ତ

ଜଳେଶ୍ୱର, ୧୨।୧୨(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ଅଧୀନ ରାଇବଣିଆ ସମେତ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ମୁରୁଡ଼ା ଅଞ୍ଚଳରେ ଉପଦ୍ରବ ଚଳାଇଥିବା ହାତୀପଲ...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

ମହିଳା ଶ୍ରମିକଙ୍କୁ ଅଣଦେଖା: ମିଳୁନି ନିର୍ମାଣ ଶ୍ରମିକର ପରିଚୟ

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ଜିଲାରେ ମହିଳା ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ମିଳୁନି। ଏଥିରେ ବାଧକ ସାଜୁଛି ଜିଲା ଶ୍ରମ କାର୍ଯ୍ୟାଳୟ। କୃଷି ଶ୍ରମିକ କହି...

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ...

କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଧୁବଲ: ଟଁକା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା, ୨୫।୧୨ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ପଁଚେତ୍‌ ସାନଟିକା ଗଁାର ଧୁବଲ ପଧାନ(୪୫)। ଦୁଇ ବଛର ହେଲା କିଡ୍‌ନୀ ରୋଗ୍‌ରେ ପୀଡ଼ିତ...

ସାଧାରଣତନ୍ତ୍ର ଦିବସ ଆଜି: ବାରିପଦା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରିପଦା ଅଫିସ,୨୬।୧-ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆରେ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସୂଚନା ଓ...

କନଷ୍ଟେବଳକୁ ହତ୍ୟା ଧମକ, ଯୁବକ ଗିରଫ

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଟିକାବାଲି, ୩୦ା୧୦- ଚକାପାଦ ଥାନାର କନଷ୍ଟେବଳ ବସନ୍ତ କୁମାର ନାହକଙ୍କୁ ଚକାପାଦ ଶୈବ ପୀଠଠାରେ ହତ୍ୟା ଧମକ ଦେବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଜରେ...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

Leave a comment

Your email address will not be published. Required fields are marked *