ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ ସାନିଟାଇଜର ଓ ମାକ୍ସ ମିଳୁନାହିଁ । କେତେକ ଆଶାକର୍ମୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରକୁ ଯାଇ ଲୋକଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି । ଏପରି କି ବାହାର ଅଞ୍ଚଳରୁ କୌଣସି ବ୍ୟକ୍ତି ଘରକୁ ଆସିଥିଲେ କିମ୍ବା କେହି ବାହାର ରାଜ୍ୟକୁ ଯାଇଥିଲେ ତାର ତଥ୍ୟ ସଂଗ୍ରହ କରିବେ । ଏହାଛଡା ଯଦି ଅନ୍ୟ ରାଜ୍ୟରୁ କେହି ଆସିଛନ୍ତି ତେବେ ତାଙ୍କର ପରୀକ୍ଷା ହୋଇଛି କି ନାହିଁ ଏସବୁ ତଦାରଖ କରିବେ । ଏହିି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ବେଳେ ମାକ୍ସ କିମ୍ବା ସାନିଟାଇଜର ଯୋଗାଇ ଦିଆଯାଉ ନ ଥିବାରୁ ଆଶାକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ନେଇ ସୁବର୍ଣ୍ଣପୁର ସିଡିଏମ୍‌ଓ ଦିଲୀପ କୁମାର ପଣ୍ଡାଙ୍କୁ ପଚାରିବାରେ କହିଥିଲେ ଯେ, ଆଶାକର୍ମୀମାନଙ୍କ ପାଇଁ ଏଯାଏ ଉପଲବ୍ଧ ହୋଇନାହିଁ । ମିଳିଲେ ସେମାନଙ୍କୁ ଯୋଗାଇ ଦିଆଯିବ । ଏନେଇ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ କହିଥିଲେ , ଏଯାଏଁ ମାତ୍ର ୪ ଶହ ମାକ୍ସ ଓ ସାନିଟାଇଜର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲା । ଯାହା ଆସିଥିଲା ସରିଯାଇଛି ଏବେ ୪୦-୫୦ଟି ରହିଛି। ଆଗକୁ ଉପଲବ୍ଧ ହେଲେ ଆଶାକର୍ମୀମାନଙ୍କୁ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଥିଲେ ।


All Right Reserved By Dharitri.Com

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ,...

ବେଆଇନ ବାଲି ଚାଲାଣ:  ୯ ଟ୍ରାକ୍ଟର ଜବତ, ୯ ଗିରଫ

ଆସିକା,୧୯ା୧୨(ଡି.ଏନ୍‌.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ...

ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଅଚଳ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ

ନାଉଗାଁ ,୨୫।୧୧(ସ୍ବ.ପ୍ର.): ରୋଗୀଙ୍କୁ ବିନାମୂଲ୍ୟରେ ହସ୍‌ପିଟାଲରେ ପହଞ୍ଚାଇବା ପାଇଁ ସରକାର ୧୦୮ ପରି ଜରୁରି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ନାଉଗାଁ...

ମନ୍ଦିର ଗାତ୍ରରେ ଆଧ୍ୟାତ୍ମିକ ଚେତନାର ଛବି

ଭଦ୍ରକ ଅଫିସ, ୨୫।୧୧(ଡି.ଏନ.ଏ.)- ଲୌକିକ ପରମ୍ପରା ଓ ବିଶ୍ୱାସକୁ ନେଇ ଭଦ୍ରକ ସହରରେ ଗଢ଼ି ଉଠିଛି ବାବା ଲୋକନାଥଙ୍କ ମନ୍ଦିର। ସହର ମଧ୍ୟଭାଗସ୍ଥିତ ଓଟି ମାର୍କେଟ୍‌ଠାରେ...

ନଦୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ଭଣ୍ଡାରିପୋଖରୀ, ୨୮।୭ (ଡି.ଏନ୍‌.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବନ୍ଦାଳୋ ମଢିଆଳି ପଞ୍ଚାୟତ ବନ୍ଦାଳୋ ଗ୍ରାମର ଜଗନ୍ନାଥ ରଣାଙ୍କ ୧୮ ମାସର ପୁଅ...

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ନିହତ

ମାଲକାନଗିରି, ୫ା୧୧(ଡି.ଏନ୍‌.ଏ.)-  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡ଼ା...

ଆର୍‌ଟିଆଇ ସଂଶୋଧନକୁ ବିରୋଧ

ଫୁଲବାଣୀ ଅଫିସ, ୨୮।୭-କେନ୍ଦ୍ର ସରକାର ଆରଟିଆଇ ବିଲ୍‌ ସଂଶୋଧନ ଆଣି ଉଭୟ ସଦନରେ ପାରିତ କରିଛନ୍ତି। ହେଲେ ଏହା ଠିକ୍‌ ନୁହେଁ ବୋଲି ଆର୍‌ଟିଆଇ (ଜନ...

୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ

ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି...

Leave a comment

Your email address will not be published. Required fields are marked *