ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବଲା। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଇନ୍ଦୋରରେ ଥିବା ଏକ ହସ୍ପିଟାଲର ଆଇସୋଲେଶନ୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣରେ ଏହା ପ୍ରଥମ ମୃତ୍ୟୁ ଘଟଣା। ତେବେ ଉକ୍ତ ମହିଳା ଜଣଙ୍କ ବିଦେଶ ଯାଇ ନ ଥିବା ବେଳେ କେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନ ଥିବା କୁହାଯାଉଛି। ଅପରପକ୍ଷେ ବୁଧବାର ଦିଲ୍ଲୀରେ ଆଉ ୫ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୫ ହୋଇଛି। ସେହିପରି ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬୦୦ରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଏମ୍‌ପିଙ୍କ ପାଇଁ ଡୁପ୍ଲେକ୍ସ ଫ୍ଲାଟ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୦।୮: ରାଜଧାନୀ ଦିଲ୍ଲୀର ନର୍ଥ ଏଭିନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପିମାନଙ୍କ ପାଇଁ ସୋମବାର ନବନିର୍ମିତ ୩୬ଟି ଡୁପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଲୋକ ସଭାକୁ ନିର୍ବାଚିତ...

ମିଳିଲାନି ଆମ୍ବୁଲାନ୍ସ: ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପରିବାର ସଦସ୍ୟ

ଚେନ୍ନାଇ,୪।୧୨: ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ସେ ସବୁ ଯୋଜନା ବାଟବଣା ହେଉଛି। ଆଉ ଏହାର ଜ୍ୱଳନ୍ତ...

ଉଗ୍ରରୂପ ନେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଲକ୍ଷ୍ନୌ,୧୭।୧୧: ଉତ୍ତର ପ୍ରଦେଶ ରାଜ୍ୟ ଔଦ୍ୟୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା ତାକୁ ନେଇ ଉପୁଜିଛି...

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌...

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି।...

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କଳାପତାକା ଦେଖାଇଲେ ଛାତ୍ର

କୋଲକାତା,୨୩।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଛାତ୍ରଙ୍କ ବିରୋଧର ସାମ୍ନା...

ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା...

Leave a comment

Your email address will not be published. Required fields are marked *