ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ; ସେମାନେ ୧୪ ଦିନ ସଂଗରୋଧରେ ରୁହନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଜିଲାକୁ ୫ଶହ ପାଖାପାଖି, ୨୭ଟି ଜିଲାକୁ ୧ହଜାରରୁ ଆରମ୍ଭ କରି ୧୧,୦୦୦ ହଜାର ପାଖାପାଖି ଆସିଛନ୍ତି। କେତେକେ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି। ଏଥିଯୋଗୁ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇନାହାନ୍ତି ବୋଲି କୁହାଯାଇପାରିବ ନାହିଁ। ବିଶେଷକରି ୧୨ ରୁ ୧୪ ଦିନ ମଧ୍ୟରେ ସଂକ୍ରମଣ ଜଣାପଡ଼େନାହିଁ। ଏହାକୁ ଦୃଷ୍ଟିରେ ରଖି ନିଜ ଘରେ ୧୪ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ସେମାନେ ଅନ୍ୟ ଲୋକଙ୍କ ସହ ମିଳାମିଶା କରିପାରିବେ ନାହିଁ। ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବାକୁ ପଡ଼ିବ। ପଞ୍ଚାୟତ ଏବଂ ଜିଲା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


All Right Reserved By Dharitri.Com

କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ: ମିଳିବ ୬ହଜାର କୋଟି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ରେଳ ଅନୁଦାନ। ରାଜ୍ୟ ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା...

ଚାକିରି ଦେବାକୁ କହି ୨ କୋଟି ଟଙ୍କା ଠକେଇ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବ୍ଲକରେ ଲୋକଙ୍କୁ ଚାକିରି ଦେବା ଆଳରେ ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି।...

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା,...

ବନ୍ଦରେ ସ୍ବାଭାବିକ ରହିବ ମୋ ବସ୍‌ ଚଳାଚଳ

ଭୁବନେଶ୍ୱର, ୭ା୧ (ବ୍ୟୁରୋ)- ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଦରଦାମ ବୃଦ୍ଧି ଓ ବେକାରି ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେଶନ୍‌...

ପିଆରଏମ ମେଡିକାଲ କଲେଜ ଅଧୀକ୍ଷକଙ୍କ ବହିଷ୍କାର ଦାବି କଲା ଭଞ୍ଜସେନା

ବାରିପଦା ଅଫିସ, ୪ା୨- ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ୍‌) ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟସେବା ବିରୋଧରେ ସୋମବାର ଭଞ୍ଜସେନାର କାର୍ଯ୍ୟକର୍ତ୍ତା ଜିଲା ପ୍ରଶାସନ...

ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି: ତଦନ୍ତ କଲେ ବିଡିଓ

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ଦଶପଲ୍ଲା...

ଜଗିଲେ ୧୬ ଯୁବକ, ଆତଙ୍କ ଖେଳାଇଲେ ୩୦ ମହିଳା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଶହୀଦନଗର ଥାନାଞ୍ଚଳରେ କେତେଜଣ ମହିଳା ଆତଙ୍କରାଜ ଚଳାଇଛନ୍ତି। ରବିବାର ୩୦ରୁ ଊର୍ଦ୍ଧ୍ୱ ମହିଳା ଜିଏ ପ୍ଲଟ୍‌ ନଂ.୧୩୩ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି...

କ୍ୟାନ୍‌ସର: ପ୍ରଥମେ ସଚେତନତା ଆବଶ୍ୟକ

ଭୁବନେଶ୍ୱର, ୨।୨(ବ୍ୟୁରୋ): କର୍କଟ ରୋଗ ବା କ୍ୟାନ୍‌ସର ଅର୍ଥ ମୃତ୍ୟୁ। କ୍ୟାନ୍‌ସର ପୀଡ଼ିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସାଧାରଣରେ ଲୋକେ ଭାବିଥାନ୍ତି। ପୁଣି ଅନେକ ସ୍ଥାନରେ...

Leave a comment

Your email address will not be published. Required fields are marked *