କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ

ପାଟପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ଜୀଉରା ଅଞ୍ଚଳରୁ ଯାଇ କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି । ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଜୀଉରା ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଶ୍ରୀଚନ୍ଦନପୁର ଆର୍‌ଆଇ ରତ୍ନାକର ସ୍ବାଇଁ, ନୋଡାଲ ଅଫିସର ଜିଆର୍‌ଏସ୍‌ ବଳରାମ ତ୍ରିପାଠୀ ଓ ସାନଖେମୁଣ୍ଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ସମିତି ସଭ୍ୟ ରଘୁନାଥ ସାହୁ ଏବଂ ଅଙ୍ଗନଓ୍ବାଡି, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି...

ଓଭର ଲୋଡିଙ୍ଗରୁ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୮ା୮: ଟାଉନ ଥାନା ଅନ୍ତର୍ଗତ କଂଗ୍ରେସ ଅଫିସ ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ବୁଧୁବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ବନୋଦ...

ପ୍ରେମ ବିବାହକୁ ନେଇ ଗଣ୍ଡଗୋଳ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ଶଗଡ଼ା ସାହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପ୍ରେମ ବିବାହକୁ ନେଇ ଦୁଇ ପରିବାର...

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା...

ଭଙ୍ଗା ପଲାରେ କଟୁଛି ଦିନ

ରାଇସୁଆଁ, ୧।୧(ଡି.ଏନ.ଏ.): ସରକାର ନିରାଶ୍ରୟଙ୍କ ଥଇଥାନ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ...

ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ର

ରସୁଲପୁର,୨୩ା୨(ଡି.ଏନ୍‌.ଏ.): ଅକ୍ଷମ ନୁହେଁ ସେ ସକ୍ଷମ। ସେ ବି ଅନ୍ୟପିଲାଙ୍କ ଭଳି ଭଲ ପଢିବେ, ଆଉ ଆଗକୁ ବଢିବେ। ଅନ୍ୟମାନଙ୍କ ସହ ସମକ୍ଷକ ହୋଇ ନିଜକୁ...

ବର୍ଷାରେ ଧୋଇଗଲା ପୋଲ ଉପର ରାସ୍ତା

ଦାରିଙ୍ଗବାଡ଼ି,୨୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତବିଭାଗର ଗଦଡ଼ି ପୋଲ ରାସ୍ତା ପାର୍ଶ୍ୱ ଧୋଇଯିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ...

ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା; ୨୦ ଦିନରେ ଚାର୍ଜଶିିଟ୍‌ ପ୍ରସ୍ତୁତ କରାଯିବ: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଅଫିସ, ୩ା୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର...

Leave a comment

Your email address will not be published. Required fields are marked *