ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌କୁ ଓଡ଼ିଶାବାସୀଙ୍କ ସମର୍ଥନ: ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ ଲୋକେ ଘରୁ ନ ବାହାରିବାକୁ ନେଲେ ଶପଥ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ଜୋରଦାର୍‌ ଉଦ୍ୟମ ଚଳାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ ବାର୍ତ୍ତା ଦେଇ ଘରୁ ନ ବାହାରିବାକୁ ଶପଥ ନେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣୀତ ହୋଇ ଗତ ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଲୋକ ଏହି ଶପଥ ପାଠ କରିଥିବା ବେଳେ ନିଜ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛନ୍ତି। ଶପଥ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ବାକି ଥିବା ବ୍ୟକ୍ତିମାନେ ଏ ନେଇ ଶପଥ ନିଅନ୍ତୁ। ଏହି ଶପଥ ନିଜକୁ, ପରିବାରକୁ ଏବଂ ଓଡ଼ିଶାବାସୀଙ୍କୁ ବଞ୍ଚାଇବାରେ ସହାୟକ ହେବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


All Right Reserved By Dharitri.Com

ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ...

ରଥରେ ଯାନ୍ତି ଗନ୍ଧର୍ବ, ଯକ୍ଷ ଓ ଅପ୍‌ସରା

ପୁରୀ ଅଫିସ, ୨୩ା୬: ବିଶ୍ୱବ୍ରହ୍ମାଣ୍ଡର ହିତ ନିମନ୍ତେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଏଥିପାଇଁ ପ୍ରତିବର୍ଷ ତିନିଗୋଟି ରଥ ନିର୍ମିତ ହୋଇଥାଏ। ଏହି...

ସ୍ବର୍ଗଦ୍ୱାର ପରିସରରୁ ପୁରୁଣା ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ ଅଫିସ,୧୦।୧୨: ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ମଙ୍ଗଳବାର ଏହା ପରିସରରେ ଥିବା ପୁରୁଣା କୋଠା ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଉଚ୍ଛେଦ...

କମିଲାନି ବିଦ୍ୟୁତ୍‌ ଯାତନା

ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ।...

ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ: ଇଞ୍ଜିନ୍‌ରେ ଲାଗିଲା ନିଆଁ, ୩ କର୍ମଚାରୀ ମୃତ

ରାୟଗଡ଼ା ଅଫିସ/ଜୟପୁର,୨୫।୬(ନି.ପ୍ର.): ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି...

ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ...

କରୋନା ସଂକ୍ରମଣ ରୋକିବାକୁ ବିଶ୍ୱଶାନ୍ତି ମହାଯଜ୍ଞ

ସିମୁଳିଆ,୧୭।୩(ଡି.ଏନ.ଏ.)-କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ। ଏଥିରୁ ନିସ୍ତାର ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳର ମା’ ବୁଢ଼ୀବାସୁଳୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା।...

ଆଶୀର୍ବାଦଙ୍କ ଜାମିନ ଆବେଦନ ପୁଣି ଖାରଜ: ଓସିଏ ନିର୍ବାଚନରେ ମତଦାନ ପାଇଁ ଚିଠି ଲେଖିଲେ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ...

Leave a comment

Your email address will not be published. Required fields are marked *