ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର କିଛି ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବାଇକ୍‌ରେ ବୁଲୁଛନ୍ତି। ବୁଧବାର ସକାଳ ୬ଟାରୁ ବେତାଳିଗାଁ, ମଠଡିହ, ଦୋହରାପାଟଣା, ବାଙ୍କସାହି, ଆରଡ଼ି ଆଦି ଛକ ଜାଗାରେ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିଥିଲା । ଲୋକଙ୍କ ଅସମ୍ଭାଳ ଭିଡ଼ ନଜରକୁ ଆସିଥିଲା। ଭିଡ଼ ଦେଖି କିଛି ଦୋକାନୀ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ାଇ ଦେଇଥିଲେ । ଏପରି କି ଆଳୁବସ୍ତା ଛଡ଼ା ଖୁଚୁରାରେ ବିକ୍ରୟ ହେଇ ନାହିଁ ବୋଲି କିଛି ଦୋକାନୀ ଗ୍ରାହକଙ୍କୁ କହିଥିଲେ । ବିଭିନ୍ନ ସ୍ଥାନର ବଜାର କମିଟି ସଭ୍ୟଙ୍କ ହସ୍ତକ୍ଷେପ ଯୋଗୁ ଆଳୁ ଖୁଚୁରାରେ ବିକ୍ରୟ ହୋଇଥିଲା। କିଛି ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା କୁହାଯାଉଥିଲା, ଯାହାକି ମଦ୍ୟପମାନଙ୍କୁ ସୁହାଉଛି ଓ ସେମାନେ ଛକରେ ଭିଡ଼ ଜମାଉଛନ୍ତି।  ଏପରି ସ୍ଥିତିରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


All Right Reserved By Dharitri.Com

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ

କାକଟପୁର,୧।୧୧(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି...

ଏମ୍‌କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍‌...

ଝଡ଼ତୋଫାନ, କୁଆପଥର ବର୍ଷା

ଆଠମଲ୍ଲିକ, ୪ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରରେ ବୁଧବାର ଅପରାହ୍ନରେ ହଠାତ୍‌ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହ କୁଆପଥର ବର୍ଷା ହୋଇ ବ୍ୟାପକ...

୩ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ, ୨ ଗିରଫ

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ୧୬ନଂ ଜାତୀୟ ରାଜପଥ ବଡଚଣା ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। ଅବକାରୀ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୬।୧୦(ସ୍ବ.ପ୍ର.): ଗତ ସୋମବାର ଦିନ ବଳଦ ଚରାଇବାକୁ ଯାଇ ଅରଡେଇ ନଦୀରେ ନିଖୋଜ ହୋଇଥିବା ନିର୍ମଳ ମହାରଣା (୪୫)ଙ୍କ ମୃତଦେହ ପୋଲିସ ବୁଧବାର ସକାଳେ ଉଦ୍ଧାର...

ମହାସ୍ନାନ ପରେ ଶ୍ରୀଜୀଉଙ୍କ ଗଜାନନ ବେଶ

ସଜନାଗଡ଼, ୧୭ା୬(ଡି.ଏନ.ଏ.)-ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ସୋମବାର ସ୍ନାନପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କୁ ରତ୍ନବେଦୀରୁ ସେବାୟତମାନେ...

ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ ଚୋରି

ଦାରିଙ୍ଗବାଡି,୮ା୧୧(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଜଣେ ସୁନା ବ୍ୟବସାୟୀଙ୍କ ବାଇକ ଡିକିରୁ ସୁନା ଏବଂ ରୁପା ଗହଣା ଥିବା ବ୍ୟାଗ ଚୋରି ହୋଇଥିବା ଥାନାରେ ଅଭିଯୋଗ...

ଦକ୍ଷିଣା ନ ଦେବାରୁ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ: ୨ ପୂଜକ ଗିରଫ

ପୁରୁଷୋତ୍ତମପୁର,୧୨ା୨(ଡି.ଏନ୍‌.ଏ.)- ଗଞ୍ଜାମର ଇଷ୍ଟଦେବୀ ପୁରୁଷୋତ୍ତମପୁରସ୍ଥିତ ମା’ ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣା ନ ଦେବାରୁ ଜଣେ ମହିଳା ଭକ୍ତଙ୍କୁ ପୂଜକ...

Leave a comment

Your email address will not be published. Required fields are marked *