ଏଇ ଭାରତରେ

ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା ଓ ଭିକାରିଙ୍କୁ ଖାଇବାକୁ ଦେଉଛନ୍ତି। ସରିତା ରହୁଛନ୍ତି ଦିଲ୍ଲୀର ମୀରାବାଗ୍‌ରେ। ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସେଲ୍‌ସଓ୍ବିମ୍ୟାନ ଭାବେ ୧୭ ବର୍ଷ ଧରି ଚାକିରି କରିବା ପରେ ତାହା ଛାଡି ଦେଇଥିଲେ। ପରେ ପଶ୍ଚିମ ଦିଲ୍ଲୀର ପୀରାଗଢିରେ ‘ଅପ୍‌ନା ପନ୍‌ ରାଜ୍‌ମା ଚାଓ୍ବଲ’ ଷ୍ଟଲ୍‌ରେ ରାସ୍ତାକଡ଼ରେ ରହୁଥିବା ଭୋକିଲା ପିଲା, ଜରିଗୋଟାଳି ତଥା ଗୃହହୀନମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ରାଜମା-ଚାଓ୍ବଲ-ରାଇତା ବିକ୍ରି କରିବା ସିଙ୍ଗଲ ମଦର ସରିତାଙ୍କ ମୁଖ୍ୟ ଜୀବିକା ହେଲେ ମଧ୍ୟ ଏହାର ଏକ ବଡ ଅଂଶ ସେ ଭୋକିଲାଙ୍କୁ ଦେଇଥାନ୍ତି। ଦାରିଦ୍ର୍ୟକୁ ଖୁବ୍‌ ନିକଟରୁ ଦେଖିଥିବା ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ସରିତା ସ୍ବଳ୍ପ ଆୟରେ ତାଙ୍କ ଝିଅକୁ ବହୁକଷ୍ଟରେ ବଡ଼ କରିଛନ୍ତି। ସେ ପ୍ରଥମେ ଅଧିକ ରୋଷେଇ କରି ପଶ୍ଚିମ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଇବାକୁ ଯୋଗାଉଥିଲେ। ପରେ ସେ ‘ଅପ୍‌ନା ପନ୍‌ ରାଜ୍‌ମା ଚାଓ୍ବଲ’ ଷ୍ଟଲ୍‌ ଖୋଲି ଅବହେଳିତ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ। ଦୈନିକ ଭୋର୍‌ ୪ଟାରୁ ଉଠି ଘରକାମ ସାରି ସରିତା ରାଜମା ଚାଓ୍ବଲ ଓ ରାଇତା ତିଆରି କରି ସ୍କୁଟର୍‌ରେ ତାହାକୁ ପୀରାଗଢି ବସ୍‌ଷ୍ଟାଣ୍ଡ ପାଖ ତାଙ୍କ ଷ୍ଟଲ୍‌କୁ ନେଇଥାନ୍ତି। ସେଠାରେ ସେ ୩ରୁ ୪ ଘଣ୍ଟା ରହିବା ଭିତରେ ଲୋକମାନଙ୍କୁ ମାତ୍ର ୭୦-୮୦ଟି ପ୍ୟାକେଟ ବିକ୍ରି କରିବା ସହ ଆଉସବୁ ଅବହେଳିତମାନଙ୍କୁ ଖାଇବାକୁ ଦେଇଥାନ୍ତି।


All Right Reserved By Dharitri.Com

ଏଇ ଭାରତରେ

ଓଳେଇବା କାର୍ଯ୍ୟରେ ଝାଡୁ ବ୍ୟବହାର କରାଯାଏ। ଏହା ପରିଷ୍କାର ଓ ପରିଚ୍ଛନ୍ନତାର ଏକ ପ୍ରତୀକ। କେନ୍ଦ୍ର ସରକାର ୨୦୧୪ରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ।...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ...

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର...

ବାବୁ କରିବେ ଗୁରୁଗିରି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶିକ୍ଷାନବିସ ପ୍ରଶାସନିକ ସେବା ବାବୁମାନଙ୍କୁ ଏଣିକି ନିକଟରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ‘ନର୍ଚର ଦ ଫ୍ୟୁଚର’ ବା ‘ଭବିଷ୍ୟତକୁ...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

ଏଇ ଭାରତରେ

ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌...

ବିପର୍ଯ୍ୟୟମୁଖୀ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର କେହି କେହି କହନ୍ତି ସରକାରଙ୍କ ବଡ଼ ଶତ୍ରୁ ସରକାର। ଉପକୂଳ ରାଜପଥରୁ ସରକାରୀ ବସ୍‌ର ଉଭାନ, ଓଡ଼ିଶା ଏବଂ ଓଡ଼ିଶା...

Leave a comment

Your email address will not be published. Required fields are marked *