କଳକାରଖାନା ଉପରେ କଟକଣା ନାହିଁ

ସମ୍ବଲପୁର, ୨୫।୩ (ବ୍ୟୁରୋ)- କେନ୍ଦ୍ର ସରକାର ଲକ୍‌ ଡାଉନ ୨୧ ଦିନ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଦୋକାନ, ବଜାର, ଅଫିସ ବନ୍ଦ ରହିବା ସହ ରାସ୍ତା ଘାଟ ଶୂନଶାନ ହୋଇପଡିଛି । ଯେଉଁମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ପୋଲିସ ବଳପୂର୍ବକ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛି । ହେଲେ ସବୁଠାରୁ ବିଚିତ୍ର କଥା ହେଲା ଯେ, ସମ୍ବଲପୁର ଜିଲାରେ ଥିବା କଳକାରଖାନା ଉପରେ କଟକଣା ଲଗାଯାଇ ନାହିଁ । ଏହାକୁ ନେଇ ବିଭିନ୍ନ ମହଳରେ ଅସନ୍ତୋଷ ଦେଖା ଦେଉଛି। ଏପରିକି ରେଙ୍ଗାଲି ଅଞ୍ଚଳରେ ଥିବା ଏକ କମ୍ପାନୀର କର୍ମଚାରୀ ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ଏ ନେଇ ଅବଗତ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। କମ୍ପାନୀ ଭିତରେ ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ନେଇ ଭିଡିଓ, ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । କମ୍ପାନୀକୁ ଯିବାକୁ ସମ୍ବଲପୁର ସହରରୁ ଗାଡି ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୬ଜଣରୁ ଅଧିକ ଲୋକ ଏକାଠି ବସି ଯାତାୟତ କରୁଛନ୍ତି । ଏହା କ’ଣ କଟକଣା ଭଙ୍ଗ କରୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଣୁ କମ୍ପାନୀକୁ ଗାଡି ଚଳାଚଳ ପାଇଁ କିଭଳି ଭାବେ ପାସ୍‌ ଦିଆଯାଇଛି। ତାହା ମଧ୍ୟ ପ୍ରଶାସନର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । କମ୍ପାନୀ ଭିତରେ ମଧ୍ୟ କର୍ମଚାରୀମାନେ ଏକାଠି କାମ କରୁଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, କିଛି ଦିନ ହେବ କମ୍ପାନୀକୁ ରାଜ୍ୟ ଓ ଦେଶ ବାହାରୁ ଅନେକ କର୍ମଚାରୀ ଆସି ଏଠାରେ କାମ କରୁଛନ୍ତି । ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯାଇଛି । ସେମାନଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ମଧ୍ୟ ରହିଛି । ତେଣୁ ଅନେକ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହେଲେ ଅଭିଯୋଗ କରିବାକୁ କାହାରି ସାହାସ ପାଉନାହିଁ । ସରକାରଙ୍କ ନିର୍ଦ୍ଦେଶ କ୍ରମେ କମ୍ପାନୀକୁ ତାଗିଦ କରାଯାଇଥିଲା । ସର୍ବନିମ୍ନ କର୍ମଚାରୀ ନେଇ କାମ କରିବା ସହ ହାତ ଧୋଇବାର ବ୍ୟବସ୍ଥା ସହ ସଚେତନତା କରିବା ପାଇଁ ନିର୍ଦ୍ଦେଶ ରହିଥିଲା । କମ୍ପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ନାହିଁ । କେବଳ ଅଧିକାରୀମାନେ ମୁହଁରେ ମାସ୍କ ଲଗାଇ ବୁଲୁଛନ୍ତି । ହେଲେ ଏଠାରେ କାମ କରୁଥିବା ସି ଓ ଡି ଗ୍ରୁପ ଶ୍ରମିକମାନଙ୍କ ମଧ୍ୟରେ ସଂକ୍ରମଣ ରୋକିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏବେଠୁ କମ୍ପାନୀ ଉପରେ ଯଦି ରୋକ ଲଗାଯିବ ନାହିଁ ତାହା ହେଲେ ଲକ୍‌ ଡାଉନର କିଛି ମହତ୍ତ୍ବ ରହିବ ନାହିଁ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ରେଙ୍ଗାଲି, ହୀରାକୁଦ, ଠେଲକୁଲି ଭଳି ସ୍ଥାନରେ କମ୍ପାନୀ ଗୁଡିକ ରହିଛି ।


All Right Reserved By Dharitri.Com

୬୨ତମ ସାର୍ବଜନୀନ ଦୁର୍ଗାପୂଜା: କେସିଙ୍ଗାରେ ରାବଣ ପୋଡ଼ି ଉତ୍ସବ

କେସିଙ୍ଗା, ୮।୧୦(ଡି.ଏନ୍‌.ଏ.): କେସିଙ୍ଗା ସହରସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ୬୨ତମ ସାର୍ବଜନୀନ ଦୁର୍ଗାପୂଜା ମଙ୍ଗଳବାର ସମ୍ପୂର୍ଣ୍ଣ ହୋଇଛି। ଏହି ଉପଲକ୍ଷେ...

ଖୁବ୍‌ଶୀଘ୍ର ସେବାୟତଙ୍କୁ ପରିଚୟପତ୍ର

ପୁରୀ ଅଫିସ, ୩୦।୭: ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସେବକ ଏବଂ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କିପରି...

ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍‌ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ

ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି...

ଭିଜିଲାନ୍ସ ଜାଲରେ ଉଡ୍ରା ପିଇଓ

ଭଞ୍ଜନଗର,୯।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଉଡ୍ରା ପିଇଓ ମନୋଜ କୁମାର ସାହୁ ସୋମବାର ଅପରାହ୍ନରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପଞ୍ଚାୟତର...

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି।...

କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା...

ସ୍ମାର୍ଟ ଫୋନ୍‌ର ମାୟା: ପ୍ରଭାବିତ ହେଉଛି ପିଲାଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟ

କଟକ ଅଫିସ,୧୪ା୧୨: ସ୍ମାର୍ଟ ଫୋନରେ କାର୍ଟୁନ୍‌, ଗୀତ, ଭିଡିଓ ଗେମ୍‌ ସହିତ ଟିକ୍‌ଟକ୍‌ ମାୟାରେ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ବାୟା। ଏପରି କି ପିଲା ଅଝଟ...

ଫେବୃୟାରୀ ୨ରୁ କନ୍ଧମାଳ ମହୋତ୍ସବ

ଫୁଲବାଣୀ ଅଫିସ, ୩୧ା୧୨- ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ଫେବୃୟାରୀ ୨ ତାରିଖରୁ ଆରମ୍ଭ ହେବ। ଏ ନେଇ ଏକ ପ୍ରଶାସନିକ ବୈଠକ ଜିଲାପାଳଙ୍କ ସଦ୍‌ଭାବନା...

Leave a comment

Your email address will not be published. Required fields are marked *