କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଚାଇନାର ପ୍ରାୟ ୬୦୦ରୁ ୭୦୦ ଫିଲ୍ମ ହଲ୍‌ ପୁଣି ଆରମ୍ଭ ହୋଇଛି। ଏମିତିରେ ବି ଚାଇନାକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବକ୍ସ ଅଫିସ୍‌ ଭାବେ ବିବେଚନା କରାଯାଏ। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଇନାର ପୁରୁଣା ହିଟ୍‌ ଫିଲ୍ମଗୁଡ଼ିକୁ ପୁନଃ ରିଲିଜ୍‌ କରାଯିବ। ଚାଇନା ଫିଲ୍ମ ବ୍ୟୁରୋ ଏଥିରେ ପ୍ରେକ୍ଷାଳୟକୁ ସାହାଯ୍ୟ କରିବ। ଚାଇନା ଫିଲ୍ମ ଗ୍ରୁପ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ପ୍ରେକ୍ଷାଳୟରେ ୫ଟି ପୁରୁଣା ହିଟ୍‌ ଫିଲ୍ମର ପ୍ରିଣ୍ଟ ଦିଆଯିବ। ଏଥିସହିତ, ଚଳଚ୍ଚିତ୍ରର ସରକାରୀ ନିୟାମକଙ୍କ ଅଂଶଧନଧାରୀଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରେକ୍ଷାଳୟଗୁଡ଼ିକ ଫିଲ୍ମ ଟିକେଟ ବିକ୍ରିର ଶତ ପ୍ରତିଶତ ରଖାଯିବ।
ଏହି ଫିଲ୍ମଗୁଡ଼ିକ ମଧ୍ୟରେ ‘ଅବ୍‌ତାର’, ‘ଇଣ୍ଟରଷ୍ଟେଲାର୍‌’ ଏବଂ ‘ଆଭେଞ୍ଜର୍ସ’ ସମସ୍ତ ହଲ୍‌ରେ ମୁକ୍ତିଲାଭ କରିବ। ଏହାବ୍ୟତୀତ ଚାଇନାରେ ନିର୍ମିତ ‘ଓଲଫ୍‌ ଓ୍ବାରିଅର -୨’,‘ଓଲ୍‌ଫ ଟୋଟେମ୍‌’ ‘ଆମେରିକୀୟ ଡ୍ରିମ୍ସ’ ମଧ୍ୟ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ।


All Right Reserved By Dharitri.Com

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ...

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

ବଙ୍ଗଳା ଶିଖୁଛନ୍ତି ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆହୁରି ବର୍ଷେ ବାକି ରହିଛି। ହେଲେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅଧ୍ୟକ୍ଷ ଅମିତ ଶାହା ଏବେ ଠାରୁ...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

ପେନସନ ଦାନ କଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା।...

କରୋନା ଭାଇରସ: ଖାଲି ସମୟରେ କ’ଣ କରୁଛନ୍ତି ଦୀପିକା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ କାମରୁ ସାମାନ୍ୟ ବିରତି ପାଇଛନ୍ତି। କରୋନା ଭାଇରସ ପାଇଁ ଏବେ ସମସ୍ତ ଶୁଟିଂ ବନ୍ଦ ଥିବା ବେଳେ ଅଧିକାଂଶ ସେଲିବ୍ରିଟି...

Leave a comment

Your email address will not be published. Required fields are marked *