ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌: ରାଜପଥରେ ଅଟକି ରହିଛି ଶହ ଶହ ଭାରୀଯାନ

ବଡ଼ବିଲ,୨୫।୩(ସ୍ବ.ପ୍ର.): ଦେଶବ୍ୟାପୀ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେଥିପାଇଁ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ବଡ଼ବିଲରେ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାକୁ ସିଲ୍‌ କରାଯାଇଥିଲା ବେଳେ ଅତି ଜରୁରୀ ନ ହେଲେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପୋଲିସ ତାଗିଦ କରିଛି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ତେବେ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ଜାରି ରଖିଛି। ଓଡ଼ିଶାରେ ଲୁହାପଥର ବୋଝେଇ ଭାରୀଯାନଗୁଡ଼ିକ ଯାତାୟାତ ପାଇଁ ଅନୁମତି ରହିଥିଲାବେଳେ ଝାଡ଼ଖଣ୍ଡରେ ଚଳାଚଳ ବନ୍ଦ ରହିଥିବାରୁ ନିଜ ରାଜ୍ୟକୁ ଯାଇ ନ ପାରି ଓଡ଼ିଶା ସୀମାନ୍ତରେ ଅଟକି ରହିଛି ଶହଶହ ଭାରୀଯାନ। ଫଳରେ ଟ୍ରକ ଡ୍ରାଇଭର ଓ ହେଲପରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଥିବାରୁ ଖାଇବାକୁ ନ ପାଇ ଡହଳ ବିକଳ ହେଉଛନ୍ତି। ତେବେ ୨୧ ଦିନ ଧରି ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଖାଦ୍ୟ ନ ପାଇଲେ ଜୀବନ ରହିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ସରକାର ସେମାନଙ୍କ ନିମନ୍ତେ କିଛି ସୁବିଧା କଲେ ଉପକୃତ ହେବେ ବୋଲି ଛତିଶଗଡ଼ର ଚାଳକମାନେ କହିଛନ୍ତି।


All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଗିରଫ

ସଜନାଗଡ଼,୧୬।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶନିବାର ଘଟିଥିବାବେଳେ ରବିବାର...

ବାଲିଯାତ୍ରା: ଦିନ ବିତୁଛି, ଭିଡ଼ ଜମୁଛି

କଟକ ଅଫିସ,୧୭।୧୧: ଐତିହାସିକ କଟକ ବାଲିଯାତ୍ରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଦିନ ଯେତିକି ବିତିବାରେ ଲାଗିଛି ସେହି ଅନୁସାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି।...

ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

ବାଲିଆପାଳ, ୧୯।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଡଗରା ବେଳାଭୂମିରେ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ୫ଜଣ କଲେଜ ଛାତ୍ରଙ୍କ ମଧ୍ୟରୁ ସୋମବାର ୪ ଜଣଙ୍କୁ ଉଦ୍ଧାର...

ପାଚିକା ଚୟନ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୧୨।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭାରମୂଳୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଚୟନ ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀ ଓ ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ସ୍କୁଲ ଖୋଲିବା ପୂର୍ବରୁ...

ବେପରୁଆ ଗାଡ଼ି ଚାଳନା: ୨୩୭୦ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୨,୩୭୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ବେପାରୁଆ ଗାଡିଚାଳନା, ହେଲ୍‌ମେଟ୍‌ ନ ପିନ୍ଧି ଓ...

୫ ଫେବୃୟାରୀ ମହାବନ୍ଦକୁ ସମର୍ଥନ କରିବ ବରଗଡ଼ ଜିଲା ଓକିଲ ସଂଘ

ବରଗଡ଼ ଅଫିସ, ୧।୨- ଆସନ୍ତା ୫ ତାରିଖ ପଶ୍ଚିମ ଓଡ଼ିଶା ମହାବନ୍ଦକୁ ବରଗଡ଼ ଜିଲା ଓକିଲ ସଂଘ ସମର୍ଥନ କରିବ। ଶନିବାର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ...

୬ ଦଫା ଦାବିରେ କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ବିକ୍ଷୋଭ

କେନ୍ଦୁଝର,୩।୩(ସ୍ବ.ପ୍ର.): କେନ୍ଦୁଝର ସହର ଜୁଡ଼ିଆ ନିକଟରେ ଥିବା କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ୬ ଦଫା ଦାବିରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଓ କର୍ମଚାରୀମାନେ ମଙ୍ଗଳବାର...

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର...

Leave a comment

Your email address will not be published. Required fields are marked *