ଆଳୁ, ପିଆଜ ଦର ବୃଦ୍ଧି କରୁଛନ୍ତି ଅସାଧୁ ବ୍ୟବସାୟୀ, ପ୍ରଶାସନର ଚଢ଼ାଉ

ଜୟପୁର,୨୫।୩(ଡି.ଏନ୍‌.ଏ.): ରାଜ୍ୟର ସମସ୍ତ ଜିଲାରେ ଲକ୍‌ଡାଉନ୍‌ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରିଛନ୍ତି। ଏଥିନେଇ କୋରାପୁଟ ଜିଲା ଜୟପୁର ସହରରେ ଆଳୁ କିଲୋପିଛା ୧୦ଟଙ୍କା ଏବଂ ପିଆଜ ୧୦ଟଙ୍କା ଅଚାନକ ବୃଦ୍ଧି କରାଯାଇ ବିକ୍ରି କରାଯାଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ବୁଧବାର ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ପକ୍ଷରୁ ଜୟପୁର ସହରର ବିଭିନ୍ନ ଆଳୁ ଓ ପିଆଜ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା। ପିଆଜ କିଲୋ ପିଛା ୩୦ ଟଙ୍କା ଏବଂ ଆଳୁ କିଲୋ ପିଛା ୨୧ରୁ୨୨ ଟଙ୍କାରେ ବିକ୍ରି କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହିପରି ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯିବା ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ଗ୍ରାହକ ଏବଂ ସାଧାରଣଲୋକ ପରିବହନ ସମସ୍ୟା ଆଶଙ୍କା ନେଇ ବହୁମାତ୍ରାରେ ଏହି ସାମଗ୍ରୀ କ୍ରୟ କରୁଛନ୍ତି। ଫଳରେ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦର ବଢ଼ାଇ ଚାଲିଛନ୍ତି। ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କ ନିର୍ଦ୍ଦେଶ ତଥା ଏସିଏସ୍‌ଓ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚଢ଼ାଉ କରିଥିଲା।


All Right Reserved By Dharitri.Com

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା...

ପାରିବାରିକ କଳହର ଦୁଃଖଦ ପରିଣତି: ପଥରରେ କଚାଡ଼ି ୧୮ ବର୍ଷର ଯୁବକଙ୍କୁ ହତ୍ୟା

ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ...

ବାଇକ୍‌ ଲୁଟ୍‌ ଘଟଣାରେ ୩ ଗିରଫ

ବଲାଙ୍ଗୀର ଅଫିସ,୨୧ା୧୨: ବାଇକ୍‌ ଲୁଟ୍‌ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ଅନ୍ତର୍ଗି...

ଧୂପକାଠି ନିଆଁରୁ ଜଳିଗଲା ପିବିସି ପାଇପ

ବ୍ରହ୍ମପୁର ଅଫିସ,୨୦। ୭: ଗଞ୍ଜାମ ଜିଲା ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଶଶିଭୂଷଣ ମହିଳା ମହାବିଦ୍ୟଳୟ ପାର୍ଶ୍ୱରେ ଥିବା ପୁରୁଣା ଖ୍ରୀଷ୍ଟିୟାନ ସାହିରେ ରଖାଯାଇଥିବା ପିବିସି...

ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ...

ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ...

ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ

ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ...

Leave a comment

Your email address will not be published. Required fields are marked *