‘ଆଭିଗନ୍‌’ ଔଷଧ କରୋନା ମୁକାବିଲାରେ ହେବ ସହାୟକ: ଭାରତୀୟ ଡାକ୍ତର

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ସାରା ପୃଥିବୀରେ ଏହାର ମୁକାବିଲା ପାଇଁ ଔଷଧ ପ୍ରସ୍ତୁତିରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ତେବେ ଭାରତୀୟ ଡାକ୍ତର ପ୍ରଫେସର ନାରାୟଣ ଋଷି କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବାରେ ‘ଆଭିଗନ୍‌’ ଔଷଧ ବେଶ୍‌ ସଫଳ ରହିଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କୁ ଦିଆଯାଇଥିବା ଔଷଧ ସାର୍ସ ଭୂତାଣୁ କ୍ଷେତ୍ରରେ ବେଶ୍‌ ସଫଳ ରହିଥିଲା। ଏବେ କରୋନା ସଂକ୍ରମିତଙ୍କୁ ଏହା ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ସେ କହିଛନ୍ତି। କରୋନା ପାଇଁ ନିଦ୍ଦିଷ୍ଟ ଭାବେ କୌଣସି ଔଷଧ ପ୍ରସ୍ତୁତ ନ ହୋଇ ଥିଲେ ବି ଆନୁମାନିକ ଭାବେ ଏହାର ପ୍ରୟୋଗ କରାଯାଉଛି। ସାର୍ସ ଏବଂ କରୋନା ଉଭୟ ଗୋଟିଏ ପ୍ରକାରର ଭୂତାଣୁ। କେବଳ ସଂରଞ୍ଚନାରେ କିଛି ଫରକ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ତାପମାତ୍ରା ବଢ଼ିବା ସହିତ କରୋନା ଆତଙ୍କ ଧୀରେଧୀରେ କମିବାର ସମ୍ଭାବନା ଥିବ ସେ କହିଛନ୍ତି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଋଷି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ସଫଳତା ମିଳି ନାହିଁ, ତେବେ ଖୁବ୍‌ ଶୀଘ୍ର କରୋନା କବଳରୁ ସାରା ପୃଥିବୀ ମୁକ୍ତ ହେବାର ଆଶା ରହିଛି। ଋଷିଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍‌ଡାଉନ୍‌ ଜରୁରୀ

ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍‌ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ...

କରୋନା କଟକଣା: ୫ ଜିଲା ସହ ୮ ସହରରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ...

ଦେଶର ୪୨୫ ସେତୁ ମଧ୍ୟରୁ ୨୮୧ର ନିର୍ମାଣରେ ତ୍ରୁଟି: ୫ରୁ ୭ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି ୨୫୩

ନୂଆଦିଲ୍ଲୀ,୧୭।୧୧: ଦେଶରେ ଥିବା ୪୨୫ ସେତୁର ସ୍ଥିତି ସମ୍ପର୍କରେ ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୭...

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ...

କରମ୍‌ବୀର ସିଂ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୧ା୬ : ଦେଶର ୨୪ତମ ନୌସେନା ମୁଖ୍ୟଭାବେ ଆଡମିରାଲ୍‌ କରମବୀର ସିଂ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ମିରାଲ୍‌ ସୁନୀଲ ଲାନ୍‌ବା ଅବସର ନେଲା...

ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସିକୁ ଦୃଢ଼ ସମର୍ଥନ: ରାଷ୍ଟ୍ରପତିଙ୍କୁ ୧୫୪ ବିଶିଷ୍ଟ ବ୍ୟକ୍ତିଙ୍କ ପତ୍ର

ନୂଆଦିଲ୍ଲୀ,୧୮ା୨ (ପି.ଟି.): କେନ୍ଦ୍ର ସରକାରଙ୍କ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସିକୁ ଅନେକ ସ୍ଥାନରେ ବିରୋଧ କରାଯାଇ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ୧୫୪ ବିଶିଷ୍ଟ ନାଗରିକ...

ହେଲ୍‌ମେଟ୍‌ ନ ପିନ୍ଧିଥିବା କନଷ୍ଟେବଳଙ୍କୁ ଧମକାଇଲେ ଯୁବକ

ପାଟନା,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପ୍ରାୟ ସବୁରାଜ୍ୟରେ ସାଧାରଣ ଜନତା ମୋଟା ଅଙ୍କର ଜରିମାନ ଦେଉଛନ୍ତି। ଏହା ଫଳରେ ରାସ୍ତାଘାଟ...

Leave a comment

Your email address will not be published. Required fields are marked *