ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ବିନା କାରଣରେ ଲୋକେ ଗାଡ଼ି ଧରି ବୁଲୁଛନ୍ତି। ଏ ନେଇ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବିନା କାରଣରେ ବୁଲୁଥିବା ୨ଚକିଆ ୩୨ ଓ ୪ଚକିଆ ୪ଟି ଯାନକୁ ଜବତ କରାଯାଇଥିଲା। ସମସ୍ତ ଯାନରୁ ଆର୍‌ଟିଓ ପକ୍ଷରୁ ୫୩,୫୦୦ଟଙ୍କା ଜରିମାନା ଆଦାୟ ହୋଇଥିଲା। ସହରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା, ମାଛ, ମାଂସ ଓ ଅଣ୍ଡା ସମେତ ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ, ଔଷଧ, ଓମ୍‌ଫେଡ୍‌ କାଉଣ୍ଟର ଆଦି ଖୋଲା ରହିଥିବା ବେଳେ ଶପିଂ ମଲ୍‌, ହୋଟେଲ, ଅଟୋମୋବାଇଲ ଦୋକାନ ଆଦିରେ ତାଲା ଝୁଲୁଛି। ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ନାକାବନ୍ଦୀ କରାଯାଇଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି। ଅଯଥା ସହରରେ ଗହଳି ନ କରି ଘରେ ରହିବା ଲାଗି ଜନତାଙ୍କୁ ଅନୁରୋଧ କରାଯାଉଛି। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


All Right Reserved By Dharitri.Com

ସହରରେ ଘୋଷଣା ପୂର୍ବରୁ ଲକ୍‌ଡାଉନ୍‌: ଭୟଭୀତ ଅବସ୍ଥାରେ ଲୋକେ

କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି।...

ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା...

ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରା ବିଦେଶୀ ପର୍ଯ୍ୟଟକଙ୍କ ମନଜିଣିଲା ଗୁମ୍ଫା କାହାଣୀ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ଐତିହ୍ୟ କ୍ଷେତ୍ରରେ ପଦଯାତ୍ରା ସହ କାହାଣୀର ଫ୍ୟୁଜନ୍‌। ଐତିହ୍ୟ କିର୍ତ୍ତିରାଜିର ସଂରକ୍ଷଣ ସହ ତାର ପୁରୁଣା ଇତିହାସକୁ ଲୋକଲୋଚନକୁ ଆଣିବାର ଏହି...

ଗଞ୍ଜେଇ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- ଦାରିଙ୍ଗବାଡ଼ି ପୋଲିସ ଏକ ବାଇକ ସହ ୮କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ...

ହୋମିଓପାଥିକ କଲେଜ

ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ମୟୂରଭଞ୍ଜ ଜିଲା। ଏହି ଜିଲାର ବାରିପଦାଠାରେ କେତେଜଣ ସାମାଜିକ କର୍ମୀ ଓ ହୋମିଓପାଥିକ ଔଷଧ ସେବନକୁ ଭଲ ପାଉଥିବା...

ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ଗାଏବ

ଅନୁଗୋଳ ଅଫିସ୍‌, ୧୫।୩ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଯକ୍ଷ୍ମା ୱାର୍ଡରୁ ଜଣେ ରୋଗୀ ଶୁକ୍ରବାର ରାତି ସାଢ଼େ ୧୦ଟାରେ କେଉଁ ଆଡ଼େ ଚାଲିଯାଇଥିବା...

୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତ୍‌ସିଂହପୁର ଅଫିସ,୩।୧: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ, ଜଗତ୍‌ସିଂହପୁର ଥାନା ଅବକାରୀ ବିଭାଗ ଓ ସ୍ପେସିଆଲ ଫ୍ଲାଇଂ ସ୍କ୍ବାଡ୍‌ ମିଳିତ ସହଯୋଗରେ ସ୍ଥାନୀୟ ଥାନା ଅଞ୍ଚଳର...

୪ ମାସରେ ଦବିଲା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା

କଣାସ,୧୧।୯(ସ୍ବ.ପ୍ର.): କଣାସ ବ୍ଲକର ପ୍ରତିଟି ରାସ୍ତାଗୁଡିକର ମାଟି ନମନୀୟ ହୋଇଥିବାରୁ ରାସ୍ତା ସବୁ ଚିରସ୍ଥାୟୀ ହୋଇ ରହିପାରୁନି। ଫଳରେ ଅଧିକାଂଶ ସମୟରେ ରାସ୍ତା ସବୁ ଅଳ୍ପଦିନ...

Leave a comment

Your email address will not be published. Required fields are marked *