ଚଢ଼ା ଦରରେ ସାମଗ୍ରୀ ବିକ୍ରି କରି ଦୋକାନୀ ଗିରଫ

ଝାରସୁଗୁଡ଼ା ଅଫିସ,୨୫।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ବିକ୍ରୟ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ବିଭିନ୍ନ ସାମଗ୍ରୀକୁ ଚଢ଼ାଦରରେ ବିକ୍ରୟ କରୁଛନ୍ତି। ଝାରସୁଗୁଡ଼ା ସହରର ବେହେରାମାଲ ଛକ ଅଞ୍ଚଳର ଜଣେ ଦୋକାନୀ ବୁଧବାର ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଥିଲା। ପରେ ଜିଲା ଯୋଗାଣ ଅଧିକାରୀ ଉଦିତ ନାରାୟଣ ପଟ୍ଟନାୟକ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ସମ୍ପୃକ୍ତ ଦୋକାନ ମାଲିକ ଗୋପୀ କେଶରୀଙ୍କୁ ଝାରସୁଗୁଡା ପୋଲିସକୁ ହସ୍ତାନ୍ତର କରିଛି। ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି। ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି। ତେବେ କେଉଁଠାରେ କଳାବଜାର କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ାଦରରେ ବିକ୍ରୟ ହେଉଥିଲେ ପ୍ରତିବାଦ କରିବା ସହିତ ଜିଲା ଯୋଗାଣ ବିଭାଗକୁ ଜଣାଇବାକୁ ଜିଲା ଯୋଗାଣ ଅଧିକାରୀ ପଟ୍ଟନାୟକ କହିଛନ୍ତି।


All Right Reserved By Dharitri.Com

କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର...

ବିଜୟା ଦଶମୀରେ ଶ୍ରୀରଘୁନାଥଜୀଉଙ୍କ ସୁନାବେଶ

ଓଡ଼ଗାଁ,୧୦ା୧୦(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରେ ସୋମବାର ବିଜୟା ଦଶମୀ ପାଳିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ସୁନା...

ଶ୍ରୀମନ୍ଦିରରେ ସରିଲା ଦେବ ଦୀପାବଳି ଉତ୍ସବ

ପୁରୀ ଅଫିସ, ୨୭ା୧୧: ଶ୍ରୀମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ। ବୁଧବାର ମାର୍ଗଶିର ଶୁକ୍ଲ ପ୍ରତିପଦା ତିଥିରେ ବସୁଦେବ ଓ ଦେବକୀ, ନନ୍ଦ ଓ...

ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍‌ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼...

ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି

ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ...

ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା...

କୋରାପୁଟ ଜିଲାରେ ୧୫୪୭.୭ ମିମି ବର୍ଷା ରେକର୍ଡ : ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି

କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨...

ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

Leave a comment

Your email address will not be published. Required fields are marked *