Posted inଖେଳ

ହ୍ୟାଟ୍ରିକ୍‌ ଆଇପିଏଲ ଜିତିଥିବା ଏକମାତ୍ର ଖେଳାଳି

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଟି୨୦ ଲିଗ୍‌ ଆଇପିଏଲରେ ହ୍ୟାଟ୍ରିକ ଟାଇଟଲ ହାତେଇଥିବା ଜଣେ ଖେଳାଳି ରହିଛନ୍ତି। ସେ ହେଉଛନ୍ତି ଲେଗ୍‌ ସ୍ପିନର କର୍ନ ଶର୍ମା। ସେ ୨୦୧୬, ୨୦୧୭ ଓ ୨୦୧୮ରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ ପାଇଁ ଖେଳି ଆଇପିଏଲ ଟାଇଟଲ ଜିତିଥିଲେ। ୨୦୧୬ରେ ସେ ଆଇପିଏଲ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ଥିଲେ। ତା’ ପର ବର୍ଷ ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୨୦୧୭ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ସେ ୯ ମ୍ୟାଚ୍‌ ଖେଳି ୧୩ ଉଇକେଟ ନେଇଥିଲେ। ଏହି ଡାହାଣହାତୀ ସ୍ପିନରଙ୍କୁ ମହେନ୍ଦ୍ର ସିଂ ଧୋନୀ ୨୦୧୮ରେ କେବଳ ୬ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ଦେଇଥିଲେ। ଆଉ ସେ ମାତ୍ର ୪ ଉଇକେଟ ନେଇଥିଲେ। ସିଏସ୍‌କେ ଦଳରେ ହରଭଜନ ସିଂଙ୍କ ଭଳି ଅଭିଜ୍ଞ ସ୍ପିନର ଥିବାରୁ କର୍ନଙ୍କୁ କମ୍‌ ସୁଯୋଗ ମିଳିଥିଲା। ସେ ଏବେ ସିଏସ୍‌କେ ଦଳରେ ଅଛନ୍ତି। ଯାହା ବି ହେଲେ ହ୍ୟାଟ୍ରିକ ଆଇପିଏଲ ଟାଇଟଲ ହାତେଇବାରେ ସେ ଏକମାତ୍ର ଖେଳାଳି।


All Right Reserved By Dharitri.Com

Posted inଖେଳ View All

ସମରସେଟ୍‌ ପାଇଁ ଖେଳିବେ ବିଜୟ

ଚେନ୍ନାଇ,୨୬।୮(ପିଟି): ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଓପନର ମୁରଲୀ ବିଜୟ ଇଂଲିଶ କାଉଣ୍ଟି ଦଳ ସମରସେଟ ପାଇଁ ଖେଳିବେ। ଅନ୍ତିମ ୩ ମ୍ୟାଚ୍‌ରେ ଦଳ ପକ୍ଷରୁ...

୨୦ ବର୍ଷୀୟ ଏହି ଭାରତୀୟ କ୍ରିକେଟରଙ୍କ ସରିଲା ନିର୍ବନ୍ଧ

ଏବେ ଚାଲିଛି ବିବାହ ଋତୁ। କ୍ରିକେଟରଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତ୍ରୀ ଅଭିନେତାମାନଙ୍କୁ ମଧ୍ୟ ଏହି ସିଜିନ୍‌ରେ ବିବାହ କରୁଥିବାର ଦେଖାଯାଇଛି। ଏହି କ୍ରମରେ ସାମିଲ...

ନାଭାଲ ଟାଟା ହକି ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ମଙ୍ଗଳବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ...

ସଞ୍ଜୁ ସାମସନଙ୍କୁ ଚିୟର କଲେ ଥିରୁଭାନନ୍ତପୁରମ ଦର୍ଶକ

ଥିରୁଭାନନ୍ତପୁରମ,୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଇକେଟକିପର ସଞ୍ଜୁ ସାମସନଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ମାତ୍ର...

କରୋନା ଭାଇରସ ପ୍ରଭାବ: ଶୁଟିଂ ବିଶ୍ୱକପ୍‌ରେ ଭାଗ ନେବ ନାହିଁ ଭାରତ

ନୂଆଦିଲ୍ଲୀ, ୨୮ା୨ (ପି.ଟି.)-କରୋନା ଭାଇରସ ସଂକ୍ରମଣର ଆଶଙ୍କା ଦର୍ଶାଇ ଆସନ୍ତା ମାସରେ ସାଇପ୍ରସରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌ରୁ ଭାରତ ଓହରିଯାଇଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ...

ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ...

କରୋନାକୁ ଲଢ଼ିବା ପାଇଁ ଜର୍ମାନୀ ଫୁଟ୍‌ବଲର୍‌ଙ୍କ ବଦାନ୍ୟତା

ବର୍ଲିନ, ୧୯।୩ (ଏଏଫ୍‌ପି)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଖେଳାଳିମାନେ...

କୋଣ୍ଟେ ଇଣ୍ଟର ମିଲାନ ନୂଆ ମ୍ୟାନେଜର

ମାଡ୍ରିଡ୍‌,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ...

Leave a comment

Your email address will not be published. Required fields are marked *