Posted inପୁରୀ

ବ୍ରହ୍ମଗିରିରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର

ବ୍ରହ୍ମଗିରି,୨୫। ୩ (ଡି.ଏନ.ଏ): ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାପରେ ରାଜ୍ୟ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ତେଲ, ମାଛ, ଅଣ୍ଡା, ପରିବା ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ଏହାଶୁଣି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଞ୍ଚଳବାସୀ ଜରୁରୀ ସାମଗ୍ରୀ କିଣିବା ପାଇଁ ଦୋକାନଗୁଡ଼ିକରେ ନାହିଁ ନ ଥିତ୍ବା ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି ବ୍ରହ୍ମଗିରି ବଜାରରେ କେତେକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ତତ୍ପର ହୋଇପଡ଼ିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ଡାଲି, ଚାଉଳ ଓ ବିଭିନ୍ନ ପରିବାକୁ କଳାବଜାର କରି ଦୋକାନୀମାନେ ଚଢ଼ାଦରରେ ବିକୁଥିଲେ। ଖବରପାଇ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଥିଲେ। ପରେ ଏଭଳି ପୁଣିଥରେ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଝାଇବା ସହ ବୁଧବାର ତାଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖି ଛାଡ଼ିିଥିଲେ।


All Right Reserved By Dharitri.Com

ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ...

ଆଜି ସରିବ ପହିଲି ଭୋଗ ନୀତି

ପୁରୀ ଅଫିସ, ୧୪-୧: ପବିତ୍ର ଧନୁସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ପହିଲି ଭୋଗ ନୀତି। ଏହା ମକରସଂକ୍ରାନ୍ତି ପୂର୍ବ ମାସାନ୍ତ ପର୍ଯ୍ୟନ୍ତ ଚାଲିବାର ବିଧି ରହିଛି।...

ବ୍ରାଉନସୁଗାର ଜବତ: ଯୁବକ ଗିରଫ

ପୁରୀ ଅଫିସ, ୫।୧: ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକଙ୍କଠାରୁ ୫.୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।...

ରାଷ୍ଟ୍ର ନିର୍ମାଣର ସୈନିକ ହୁଅ

ପୁରୀ ଅଫିସ, ୧୦ା୧୨ : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ହେରିଟେଜ ହଲ୍‌ରେ ମଙ୍ଗଳବାର ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପଟପ୍‌ ବଣ୍ଟନ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପୁରୀ ଅଫିସ, ୨୭।୯: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠରେ ସର୍ଟଶର୍କିଟ ଯୋଗୁ ଏସିରୁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି।...

ପ୍ରାକୃତିକ ବାଲିସ୍ତୂପ ଉଭାନ୍‌ : ମାଡ଼ିଆସୁଛି ଅଶାନ୍ତ ସମୁଦ୍ର

କାକଟପୁର,୧୨ା୮: ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

ବାଲୁକାକଳାରେ ସୁଦର୍ଶନଙ୍କ ‘ପଖାଳ ଦିବସ’ ବାର୍ତ୍ତା: ଘରେ ରହି ଉପଭୋଗ କରନ୍ତୁ

ପୁରୀ ଅଫିସ,୨୦।୩: ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଏକଦା ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ ବୋଲି କୁହାଯାଉଥିଲା। ହେଲେ...

Leave a comment

Your email address will not be published. Required fields are marked *