୧୯୫ ଦେଶରୁ ୧୯୪ରେ କରୋନା: ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫; ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି

ଓ୍ବାଶିଂଟନ,୨୫।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରୁ ୧୯୪ରେ କରୋନା ସଂକ୍ରମିତ ହୋଇଛି। ସେହିଭଳି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫ରେ ପହଞ୍ଚିଛି। ୪ଲକ୍ଷ ୨୨ ହଜାର ୯୧୩ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏକ ଲକ୍ଷ ୯ ହଜାର ୧୪୩ ସଂକ୍ରମିତ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଇଟାଲିରେ କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ହଜାର ୮୨୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏଠାରେ ଲକ୍‌ ଡାଉନ୍‌ ଜାରି ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୧ ଫେବୃୟାରୀ ୨୩ରେ ଏଠାରେ ଭୂକମ୍ପରେ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏବେ କରୋନା ସଂକ୍ରମଣ ଯୋଗୁ ଦ୍ୱିତୀୟଥର ଲାଗି ଏଭଳି ସ୍ଥିତି ଜାରି ହୋଇଛି।


All Right Reserved By Dharitri.Com

ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା...

ବୋଟ୍‌ ବୁଡ଼ି ୧୨ ଶରଣାର୍ଥୀଙ୍କ ମୃତ୍ୟୁ

ଏଥେନ୍ସ,୧୨ା୧(ଏଏଫ୍‌ପି): ଆୟୋନିଅନ ସାଗରରେ ଶନିବାର ଶରଣାର୍ଥୀମାନଙ୍କର ଏକ ବୋଟ୍‌ ବୁଡ଼ିଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଗ୍ରୀକ୍‌ ତଟରକ୍ଷୀ ବାହିନୀ...

ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ବନ୍ତ, ୨୯ା୩(ସ୍ବ.ପ୍ର.)-ବନ୍ତ ବ୍ଲକ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ବାହାର ରାଜ୍ୟରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା...

ଦୁଇ ଦିବସୀୟ ଯାତ୍ରାରେ ସୌଦି ପହଞ୍ଚିଲେ ମୋଦି

ରିୟାଦ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ସୌଦି ଆରବ ଯାତ୍ରାରେ ସୋମବାର ବିଳମ୍ବିତ ରାତିରେ ସୌଦି ପ୍ୟାଲେସ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏକ ବିଶେଷ...

ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳାଚକଟାରେ ୩୫ ମୃତ

ଦୁବାଇ,୭।୧: ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନ ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳଚକଟା ହୋଇଥିଲା। ଏହି...

ନାସା ସର୍ଭର ହ୍ୟାକ୍‌: ମଙ୍ଗଳ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଆଶଙ୍କା

ଓ୍ବାଶିଂଟନ,୨୨।୬: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ସର୍ଭର ହ୍ୟାକ୍‌ ହୋଇଛି। ଏଥିରେ ଥିବା ମଙ୍ଗଳ ଅଭିଯାନ ସମ୍ପର୍କିତ ତଥ୍ୟ ହ୍ୟାକର୍‌ ଚୋରି କରିଥିବା ଆଶଙ୍କା...

Leave a comment

Your email address will not be published. Required fields are marked *