ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ, ପ୍ରଶାସନ ଓ ସରକାର ଲୋକଙ୍କୁ ବାରମ୍ବାର ସଚେତନ ଓ ନିବେଦନ କରୁଥିଲେ ହେଁ କେତେକ ଲୋକ ଆଇନ ଭାଙ୍ଗି ଘରୁ ବାହାରି ବଜାର ଓ ସର୍ବସଧାରଣ ରାସ୍ତାଘାଟ ଉପରେ ଅଯଥା ଭିଡ଼ ଜମାଉଛନ୍ତି। ଏଭଳି ଅମାନିଆ ଲୋକଙ୍କୁ ବାଟକୁ ଆଣିବା ପାଇଁ ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା ଓ ଏଏସ୍‌ଆଇ ଅରୁପ କୁମାର ସାମଲଙ୍କ ତରଫରୁ ବୁଧବାର ପାଟଣା ବ୍ଲକ ଛକରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରାଯିବା ପାଇଁ ଉଦ୍ୟମ କରାଯାଇଛି। ଆଇନ ଭାଙ୍ଗି ସାଧାରଣ ସ୍ଥଳୀରେ ଅଯଥା ଭିଡ଼ ଜମାଉ ଥିବା ବ୍ୟକ୍ତିଙ୍କ ହାତରେ ପୋଲିସ ‘ମୁଁ ସ୍ବାର୍ଥପର। ମୁଁ ବୁଲିବା ଚକ୍କରରେ ଦେଶକୁ ବିପଦ ମଧ୍ୟକୁ ଠେଲି ଦେଇ ପାରେ, ଆଉ ଏଥି ପାଇଁ ମୁଁ ଅନୁତପ୍ତ ବି ନୁହେଁ ’ ଲେଖା ଥିବା ପ୍ଲା କାର୍ଡ ଧରାଇ ପୋଲିସ ଲୋକଙ୍କୁ ସଚେତନ କରାଉଛି। ଆଇନ ଭାଙ୍ଗି ନିଜ ଜୀବନ ସହ ଲୋକଙ୍କ ଜୀବନକୁ ବିପନ୍ନ କରୁଥିବା ଲୋକମାନେ ଏଥିରେ କଣ୍ଟ୍ରୋଲ ନହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ ସାରାଣୀ ଜେନା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା...

ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ

ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା...

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି।...

ନୀଳାଦ୍ରି ବିଜେ: ମାହାରୀ ନୃତ୍ୟ ଓ ଭଜନ ସନ୍ଧ୍ୟା

ଭାପୁର,୧୬ା୭(ଡି.ଏନ୍‌.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା। ଭାପୁର ବଜାରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର କମିଟି ତରଫରୁ ଠାକୁରଙ୍କ...

୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର(...

ଆଇସୋଲେଶନରେ ରହୁନାହାନ୍ତି ବିଦେଶ ଫେରନ୍ତା: ଗ୍ରାମବାସୀ ଭୟଭୀତ

ବନ୍ତ,୩୦।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଲୋକେ...

ଗଳାକାଟି ହତ୍ୟା ଘଟଣା: କୋର୍ଟରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ବ୍ରହ୍ମପୁର ଅଫିସ,୧୩ା୧୨- ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତ ବି. ବୁଲା ଦୋରାଙ୍କୁ ଧରିପାରି...

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି...

Leave a comment

Your email address will not be published. Required fields are marked *