ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ମଣ୍ଡଳସ୍ଥିତ ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ, ଅନୁଗୋଳ ଜିଲା ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲ, ଢେଙ୍କାନାଳ ଜିଲା ସଦର ବ୍ଲକ୍‌ର ସରାଖିଆସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କଲ୍‌ଚର, ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବେଲଗୁଣ୍ଠା ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କେ. ପି. ଡି. ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଭୁବନେଶ୍ୱରର ଏସ୍‌.ଆର୍‌.ଏମ୍‌. ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଭୁବନେଶ୍ୱରର ନାନୋ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ସମ୍ବଲପୁରସ୍ଥିତ ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟିଗ୍ରାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ, ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ ହାୟର ସେକେଣ୍ଡାରୀ ସ୍କୁଲ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ୬ଟି କଲେଜରେ ନାମଲେଖା ଉପରେ ରୋକ୍‌ ଲଗାଯାଇଥିବାବେଳେ ବାକି ୩ଟି କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନାମଲେଖା ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା କଲେଜଗୁଡିକ ମଧ୍ୟରୁ ୪ଟିରେ ଗତବର୍ଷଠାରୁ ନାମଲେଖା ବନ୍ଦ ରହିଛି। ତେବେ ବଲାଙ୍ଗୀର ଜିଲା ବେଲପଡ଼ାର ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ ଓ ନୟାଗଡ଼ ଜିଲା ଦଶପଲାସ୍ଥିତ କେ.ପି.ଡି. ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷଠାରୁ ନାମଲେଖା ଉପରେ ରୋକ୍‌ ଲଗାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ...

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆଜି ୮ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ...

ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ବୈଠକ: ଫନୀ ପୁନରୁଦ୍ଧାର କାର୍ଯ୍ୟର ଟଙ୍କା ମିଳୁନି

ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ତରଫରୁ ବୁଧବାର ଏକ ହୋଟେଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନ ସଭାପତି ଜଗଦୀଶ ପାତ୍ର,...

୪ ସରକାରୀ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର, ୧୧ା୧ (ବ୍ୟୁରୋ): ରାଜ୍ୟ ସରକାର ୪ ଜଣ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-ଯାଜପୁର ଜିଲା ଦଶରଥପୁର ବ୍ଲକରେ...

ତହସିଲଦାରଙ୍କ ଛତୁଆ ପ୍ରସ୍ତୁତି, ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ପାତ୍ରପୁର,୨୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ତହସିଲଦାର ଡ଼. ଶ୍ରୀନିବାସ ବେହେରା ଓ ସିଡ଼ିପିଓ ପଦ୍ମିନୀ ସାହୁ ଗୁରୁବାର ପାତ୍ରପୁର ବ୍ଲକରେ ଥିବା ଛତୁଆ ପ୍ରସ୍ତୁତି...

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍‌ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି...

ସେସୁକୁ ଅଧିଗ୍ରହଣ କରିବ ଟାଟା ପାୱାର

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ ବିତରଣ କରୁଥିବା ସେସୁର ୫୧ ପ୍ରତିଶତ ଅଂଶଧନ ଟାଟା ପାୱାର ଅଧିଗ୍ରହଣ କରିବ ବୋଲି ଜଣାପଡିଛି। ଆସନ୍ତା ବର୍ଷ ପ୍ରଥମ ସପ୍ତାହ...

Leave a comment

Your email address will not be published. Required fields are marked *