ଲକ୍‌ଡାଉନ୍‌କୁ ନେଇ ପୁରୀ ପୋଲିସର କଡ଼ା ଆଭିମୁଖ୍ୟ: ୩୦ ବାଇକ୍‌ ଜବତ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ବ୍ୟବସାୟୀଙ୍କୁ ତାଗିଦ୍‌

ପୁରୀ ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବା ଲାଗି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ଲକ୍‌ଡାଉନ୍‌ର ଚତୁର୍ଥ ଦିନରେ ପୋଲିସ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ଟି ବାଇକ୍‌କୁ ଜବତ କରିଛି। ୨୦ଟି ପାଟ୍ରୋଲିଂ ଗାଡ଼ି ସହରର ବିଭିନ୍ନ ଗଳିକନ୍ଦି ବୁଲି ଲୋକମାନଙ୍କୁ ବାହାରକୁ ନ ବାହାରିବା ଲାଗି ସଚେତନ କରାଉଛନ୍ତି। ତଥାପି ଅନେକେ ଲୋକ ବାହାରେ ବୁଲୁଥିବାରୁ ପୋଲିସ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ, ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ତାଗିଦ୍‌ କରାଯାଉଛି ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ଲକ୍‌ଡାଉନ୍‌ ନିୟମକୁ କେହି ଉଲ୍ଲଂଘନ ନ କରି ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଘରେ ରହିବାକୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଛି।


All Right Reserved By Dharitri.Com

ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ...

ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ...

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ: ମନ୍ତ୍ରୀ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ। ଏନେଇ ଗୁରୁବାର ଲୋକସେବା ଭବନରେ ବସିଥିବା ଗଭର୍ଣ୍ଣିଂ ବଡି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ...

ପରିବା କିଣିବାକୁ ଆସି ହାଇଓ୍ବା ତଳେ ଜୀବନ ଗଲା

ଭଦ୍ରକ ଅଫିସ,୨୯।୬: ଭଦ୍ରକ ବାଇପାସ୍‌ ବଜାରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ସହର ଗୋପବନ୍ଧୁ...

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ୩ ଶିକ୍ଷକ ଫେରାର

ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ...

ସ୍ତ୍ରୀ ଅଧିକାର ନ ମିଳିବାରୁ ହତ୍ୟା

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗୁଡ଼ିପଦା ଅଞ୍ଚଳରେ ବୁଧବାର ଭୋର୍‌ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଭାରତୀୟ ଖାଦ୍ୟ ନିଗମ...

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ...

Leave a comment

Your email address will not be published. Required fields are marked *