ଡାକ୍ତରଖାନା କର୍ମଚାରୀ ମୃତ

ଅନୁଗୋଳ ଅଫିସ୍, ୨୫ା୩- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ସକାଳେ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ମୃତକ ଯକ୍ଷ୍ମା ବିଭାଗର ଲାବୋରେଟାରି ଟେକ୍ନିସିଆନ ସୁରେଶ ସାହୁ ବୋଲି ଜଣାପଡିଛି । ତାଙ୍କ ଘର ଦେବଗଡ ଜିଲା ବାଘଦରି ଅଞ୍ଚଳରେ ହୋଇଥିବା ବେଳେ ସେ ଅନୁଗୋଳ ଜିଲା ମିଶ୍ରପଡାଠାରେ ଏକ ଭଡ଼ାଘରେ ରହୁଥିଲେ। ପୋଲିସ ସୂଚନା ମୁତାବକ, ସୁରେଶଙ୍କର କିଛିଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାଧପୁର ଚିକିତ୍ସାଳୟକୁ ବଦଳି ହୋଇଥିଲା। ତାଙ୍କ ପରିବାର ଲୋକେ ଘରକୁ ଯାଇଥିବା ବେଳେ ସେ ୨ ଦିନ ହେଲା ଏକୁଟିଆ ଥିଲେ। ବୁଧବାର ସକାଳେ ଘର ଭିତରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ। କୌଣସି କାରଣରୁ ସେ  ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅନୁଗୋଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ...

ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ: ପଶୁବଳିରେ ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ଜିଲାର ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର କନ୍ଧ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା...

ଗଁ। ରେ ପଶି ଜୀବନ ନେଲା ହାତୀ

କଣିହାଁ,୨୯।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ରେଙ୍ଗାଳି ଥାନା କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଶନିବାର ସାରେ ହାତୀ ଆକ୍ରମଣରେ ନବକିଶୋର ସେଠୀଙ୍କ ମୃତ୍ୟୁ ହୋଇଛି। ଅସାଧୁ ନାୟକଙ୍କ ଚାଳ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଜିଲା ଓକିଲ ସଂଘର ବିକ୍ଷୋଭ

ବରଗଡ ଅଫିସ,୨୩।୯: ପଶ୍ଚିମ ଓ ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଜିଲା ଓକିଲ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟବନ୍ଦ ଆନ୍ଦୋଳନକୁ...

୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି।...

ବିଦ୍ୟୁତ୍‌ ତାର ବିଛାଇ ଦନ୍ତାହାତୀ ଶିକାର

ଅମରପାଲି, ୨୦-୧୧ (ଡି.ଏନ.ଏ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର କରାଯାଇଛି। ଶିକାର ପରେ ହାତୀର...

ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି...

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା : ଶ୍ୱାସରୁଦ୍ଧ ହୋଇ ମେଡିକାଲ ଗଲେ ବୃଦ୍ଧା

ନାଉଗାଁ,୮ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ଶିବିରରେ ନାନା ଅବ୍ୟବସ୍ଥା ଦେଖିବାକୁ...

Leave a comment

Your email address will not be published. Required fields are marked *