ପୃଥିବୀର ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ: ୧୩୦ କୋଟି ଭାରତୀୟ ବି ସାମିଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଦେଶରେ କର୍ଫ୍ୟୁ ଜାରି ହୋଇଥିବାବେଳେ ୩୫ ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପୃଥିବୀର ୨୩୦ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି। ଲକ୍‌ ଡାଉନ୍‌ ଘୋଷଣା ଯୋଗୁ ୩୫ ଦେଶରେ ୧୯୫.୯ କୋଟି ଲୋକ ଘରେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୧୩୦ କୋଟି ଲୋକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘରେ ବନ୍ଦ ହୋଇ ରହିଛନ୍ତି। କର୍ଫ୍ୟୁ ଜାରି ହୋଇଥିବା ୧୦ ଦେଶରେ ୧୧.୭ କୋଟି ଲୋକ ଘରେ ବନ୍ଦ ରହିଛନ୍ତି। ଇରାନ, ଜର୍ମାନୀ, ବ୍ରିଟେନ୍‌ ଆଦି ୫ଟି ଦେଶରେ ଲୋକଙ୍କୁ ବାହାରକୁ ନ ଯିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ୨୨.୮କୋଟି ଲୋକ ପ୍ରଭାବିତ ହୋଇଛନ୍ତି।


All Right Reserved By Dharitri.Com

୯ ହଜାର ଡାକ୍ତର, ନର୍ସ କରୋନା ସଂକ୍ରମିତ: ଧ୍ୟାନର ସାହାରା ନେଲା ସ୍ପେନ୍‌ ହସ୍ପିଟାଲ!

ମ୍ୟାଡ୍ରିଡ୍‌,୩୦।୩: କରୋନା ସଂକ୍ରମଣ ଏବେ ଇଟାଲୀ ଓ ଆମେରିକାରେ ଅଧିକ ପରିମାଣରେ ଦେଖାଦେଇଥିବା ବେଳେ ସ୍ପେନ ମଧ୍ୟ କିଛି ପଛରେ ନାହିଁ। ଏବେ ସ୍ପେନରେ ୮୦...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

ସ୍ବାଧୀନତା ଦିବସରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଲା ଭାରତ

ଫୁଲଓ୍ବାରୀ,୧୫।୮: ଭାରତ ୭୩ ତମ ସ୍ବାଧୀନତା ଦିବସ ଅବସରରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଇଛି। ପଶ୍ଚିମବଙ୍ଗ ଫୁଲଓ୍ବାରୀଠାରେ ବିଏସ୍‌ଏଫ୍‌ ଉଚ୍ଚ କର୍ତ୍ତୃପକ୍ଷ ବାଂଲାଦେଶ ସୀମା ସୁରକ୍ଷା...

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ...

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି।...

ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଲା ଆମେରିକା

ଓ୍ବାଶିଂଟନ,୧୫।୮: ଭାରତ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଏହି ଅବସରରେ ଭାରତର ମିତ୍ର ରାଷ୍ଟ୍ର ଆମେରିକା ମଧ୍ୟ...

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ...

Leave a comment

Your email address will not be published. Required fields are marked *