ଭାରତରେ ୫୬୮ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧୧; ଲକ୍‌ ଡାଉନ୍‌ର ଉଲ୍ଲଂଘନ କଲେ ଗୁଳି କରିବାକୁ ଦିଆଯିବ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୮ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ବୁଧବାର ତାମିଲନାଡୁର ମଦୁରାଇରେ ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ୨୧ ଦିନ ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଆଗାମୀ ଦିନରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି। ଏହା ସହିତ ସରକାରଙ୍କ ପକ୍ଷରୁ ଲୋକଙ୍କ ମଧ୍ୟରେ ହାତ ଧୋଇବା, ମାସ୍କ୍‌ ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି ସଚେତନତା ବାର୍ତ୍ତା ପ୍ରସାରଣ କରାଯାଉଛି।


All Right Reserved By Dharitri.Com

ସିଏଏ ମୁସଲମାନ ବିରୋଧୀ ନୁହେଁ: ଗଡ଼କରି

ନୂଆଦିଲ୍ଲୀ,୨୨।୧୨: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ରକନ୍ତ୍ରୀ ନୀତିନ ଗଡ଼କରି। ସେ...

ଗାଡ଼ିରେ ଦିନିକିଆ ପାସ୍‌ ଲଗାଇଲା ପୋଲିସ

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୌଣସି ପାସ୍‌ ଆବଶ୍ୟକ ନାହିଁ। ସେମାନେ କେବଳ ଆଇକାର୍ଡ ଦେଖାଇ ଯାଇପାରିବେ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି। ହେଲେ...

ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି...

ଶୋଷ ମେଣ୍ଟିବାକୁ ପାଣି ନାହିଁ, ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଗୁହାରିକଲେ ପରିବାର

ଲକ୍ଷ୍ନୌ, ୧୭।୬: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ବିହାରରେ ଅଂଶୁଘାତରେ ୭୩ ଜଣଙ୍କ ପ୍ରାଣ ଗଲାଣି। ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି।...

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌...

ଯୋଗ ଦିବସ ଉପଲକ୍ଷେ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କଲା ଏମ୍ସ

ନୂଆଦିଲ୍ଲୀ,୧୬।୬: ରାଜଧାନୀ ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌ (ଏଆଇଆଇଏମ୍‌ଏସ୍‌)ରବିବାର ସକାଳୁ ଏକ ଯୋଗ କର୍ମଶାଳାର ଅୟୋଜନ କରିଥିଲା। ଆସନ୍ତା ୨୧...

ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ...

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି...

Leave a comment

Your email address will not be published. Required fields are marked *