ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର ସଂକ୍ରମଣରେ ଚାଇନାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଭୂତାଣୁକୁ ହନ୍ତା ଭାଇରସ୍‌ ବୋଲି ନାମକରଣ କରାଯାଇଛି।
ଚାଇନାର ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁସାରେ ୟୁନାନ ପ୍ରଦେଶର ଜଣେ ବ୍ୟକ୍ତି ସୋମବାର ଶାନ୍‌ଡୋଙ୍ଗ୍‌ ପ୍ରଦେଶକୁ କାମ ପାଇଁ ବସ୍‌ରେ ଯାଉଥିବାବେଳେ ଏହି ହନ୍ତା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇଛି। ତେବେ ଅନ୍ୟମାନଙ୍କ ଦେହରେ ଏହି ଭୂତାଣୁର ଲକ୍ଷଣ ଥିବା ଜଣାପଡ଼ିନାହିଁ।
ହନ୍ତା ଭାଇରସ୍‌ କ’ଣ:
ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସିପି) ଅନୁସାରେ ହନ୍ତା ଭାଇରସ୍‌ ହେଉଛି ରୋଡେଣ୍ଟ (ମୂଷକ ବା କର୍ତ୍ତଦନ୍ତୀ ମୂଷା ଜାତୀୟ ଜୀବ)ଠାରୁ ସଂକ୍ରମିତ ଭୂତାଣୁ। ଏହି ଭୂତାଣୁରେ ସଂକ୍ରମିତ ହେଲେ ଲୋକଙ୍କ ଦେହକୁ ବିଭିନ୍ନ ରୋଗ ଆସିବାର ଆଶଙ୍କା ରହିଛି। ଏଥିଯୋଗୁ ହନ୍ତା ଭାଇରସ୍‌ ପୁଲମୋନାରି ସିଣ୍ଡ୍ରୋମ୍‌ (ଏଚ୍‌ପିଏସ୍‌) ଏବଂ ହେମୋରହାଜିକ୍‌ ଫିଭର ସହ ରିନାଲ ସିଣ୍ଡ୍ରୋମ୍‌ (ଏଚ୍‌ଏଫ୍‌ଆର୍‌ଏସ୍‌) ମଧ୍ୟ ସୃଷ୍ଟି ହୋଇଥାଏ। ଏହା ବାୟୁବାହକ ରୋଗ ନୁହେଁ। ରୋଡେଣ୍ଟମାନଙ୍କ ମଳ, ମୂତ୍ର ଓ ଲାଳ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ।
ହନ୍ତା ଭାଇରସର ଲକ୍ଷଣ:
ଏଚ୍‌ପିଏସ୍‌ର ପ୍ରାଥମିକ ଲକ୍ଷଣ ହେଉଛି ଏଥିରେ ସଂକ୍ରମିତ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିବେ। ତାଙ୍କୁ ଜ୍ୱର ହେବା ସହ ଶୀରା ପୀଡ଼ା, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦେହ ଶୀତାଇବା ଓ ପେଟ ସମସ୍ୟା ଦେଖାଦେବା ଆଦି ଅସୁବିଧା ଦେଖାଦେଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରା ନ ଗଲେ କଫ ଜମିବା ସହ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହେବ ଓ ତାଙ୍କର ଜୀବନ ମଧ୍ୟ ଚାଲିଯାଇପାରେ। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ଆଶଙ୍କା ୩୮% ରହିଛି। ଏଚ୍‌ଏଫ୍‌ଆର୍‌ଏସ୍‌ର ପ୍ରାଥମିକ ଅବସ୍ଥା ମଧ୍ୟ ଅନୁରୂପ ରହିଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ତୀବ୍ର ଆଘାତ, ରକ୍ତକୋଷିକାରେ ଲିକେଜ୍‌ ଓ କିଡ୍‌ନୀ ଫେଲ୍‌ ହେବାର ମଧ୍ୟ ଆଶଙ୍କା ରହିଛି। ଏଚ୍‌ପିଏସ୍‌ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉ ନ ଥିବାବେଳେ ଲୋକଙ୍କ ମଧ୍ୟରେ ଏଚ୍‌ଏଫ୍‌ଆର୍‌ଏସ୍‌ର ଟ୍ରାନ୍ସମିଶନ ବିରଳ ବୋଲି ସିଡିସିପି ପକ୍ଷରୁ କୁହାଯାଇଛି। ଏହି ରୋଗରୁ ବର୍ତ୍ତିବା ପାଇଁ ରୋଡେଣ୍ଟ ସଂଖ୍ୟା ହ୍ରାସ କରିବା ହେଉଛି ପ୍ରାଥମିକ ରଣନୀତି।


All Right Reserved By Dharitri.Com

କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବ:ମନମୋହନଙ୍କୁ ଇମ୍ରାନ୍‌ଙ୍କ ନିମନ୍ତ୍ରଣ

ଇସ୍‌ଲାମାବାଦ,୧୧-୧୦:ନଭେମ୍ବରରେ ହେବାକୁ ଥିବା କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର...

ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି: ଆମେରିକା

ଓ୍ବାଶିଂଟନ,୨୪।୧୧: ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ  ଷଡ଼ଯନ୍ତ୍ର ରଚିଛି। ଏନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇରାନ ସୌଦିର ବୃହତ୍‌...

ହସ୍ପିଟାଲ ନିକଟରେ ବିସ୍ଫୋରଣ: ୩ ମୃତ, ୮ ଆହତ

ଇସଲାମାବାଦ,୨୧।୭: ପାକିସ୍ତାନର ଡେରା ଇସମେଲ ଖାଁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟ୍ରମା ସେଣ୍ଟରରେ ରବିବାର ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଜଣଙ୍କ...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ...

ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ

ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ...

ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ...

ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି।...

Leave a comment

Your email address will not be published. Required fields are marked *