ଏକାଦଶାହରେ କଲେ ଦଶାହ କାର୍ଯ୍ୟ: ଜନତା କର୍ଫ୍ୟୁକୁ ସମର୍ଥନ କରି ଚର୍ଚ୍ଚାରେ ପରିବାର

ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା। ଏହାକୁ ଦେଶବ୍ୟାପୀ ସ୍ବାଗତ କରାଯାଇଥିବା ବେଳେ ଅନୁଗୋଳ ଜିଲା ସୁନାଭୁଇ ଗ୍ରାମର ଏକ ପରିବାର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ତଥା ଜନତା କର୍ଫ୍ୟୁକୁ ସମର୍ଥନ ଦେଇ ଉକ୍ତ ଦିନ ଜଣେ ମୃତକଙ୍କ ଦଶାହ କର୍ମ ନ କରି ଘୁଞ୍ଚାଇ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଦଶାହ କର୍ମ ପାଇଁ ବନ୍ଧୁବାନ୍ଧବ, ସାହିଭାଇ, ବ୍ରାହ୍ମଣ, ବାରିକ ପହଞ୍ଚି ତୁଠକୁ ଯିବାକୁ ବାହାରିଥିଲେ। ହେଲେ କର୍ଫ୍ୟୁ ଲାଗିଥିବାରୁ ଦଶାହ କର୍ମକୁ ସ୍ଥଗିତ ରଖି ଏକାଦଶାହ ଦିନ କରାଯିବ ବୋଲି ପରିବାର ଲୋକେ ନିଷ୍ପତ୍ତି ନେବା ସହ ସୋମବାର ତାହା ସମ୍ପନ୍ନ କରିଥିଲେ। ସମ୍ପୃକ୍ତ ପରିବାର ଲୋକଙ୍କ ଏପରି ନିଷ୍ପତ୍ତିକୁ ଅନୁଗୋଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି...

ଚାଉଳ, ଭତ୍ତା ପାଇଁ ପାହାଡ଼ ଚଢି ଯାଉଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୨୫ା୮-ଫିରିଙ୍ଗିଆ ବ୍ଲକ ଭୁଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଓ ମହଲିଙ୍ଗିଆ ଗ୍ରାମକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ୨ଗ୍ରାମ ପ୍ରାୟ ୬ କିମି...

ଅଜନା ରୋଗ୍‌ରେ ପୀଡ଼ିତ ଗାୟତ୍ରୀ: ସରକାରୀ ସାହାଯ୍‌ ଆଶ୍‌ରେ ବାପ୍‌, ଭାଇ

ଭବାନୀପାଟଣା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ଦାଦପୁର ଗଁାର ଗୁରୁ ରଣାକଁର ଝି’ ଗାୟତ୍ରୀ ରଣା(୩୬)। ସେ ଆଏଜ୍‌କେ ପାଖାପାଖି ୩ ବଛର...

୨୨ ସାଧାରଣ ଗାଡି କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭାଇରସ ସନ୍ଦିଗ୍ଧଙ୍କୁ ହସ୍ପିଟାଲ ଓ ଆଇସୋଲେଶନ ସେଣ୍ଟରକୁ ନେବାକୁ ଗାଡି ଚାଳକ ଅମଙ୍ଗ ହୋଇଥାନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲାପ୍ରଶାସନ ଓ ପରିବହନ ବିଭାଗ...

ବେଆଇନ ଜବରଦଖଲ ଉଚ୍ଛେଦ

ନୟାଗଡ଼ ଅଫିସ,୨।୩: ନୟାଗଡ଼ ତହସିଲ ରୋଟାରୀ ଭବନ ପଛପାଖରେ ବେଲ ପାହାଡ ପାଦ ଦେଶରେ ଗଢ଼ିଉଠିଥିବା ବେଆଇନ୍‌ ଜବରଦଖଲକୁ ସୋମବାର ପ୍ରସାସନ ପକ୍ଷରୁ ଉଚ୍ଛେଦ କରାଯାଉଛି।...

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ: ବାହାରୁନାହିଁ ସମାଧାନ ବାଟ

ବଲାଙ୍ଗୀର ଅଫିସ, ୩୦ା୬ ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୧୦ ମାସ ହେଲା ବନ୍ଦ ପଡିଛି ା ୨୦୧୩...

ସ୍ବଳ୍ପ ବୃଷ୍ଟି: ଚାଷୀ ଆନନ୍ଦିତ: ଜମିରେ ଚାଲିଛି ତଳି ରୁଆ କାର୍ଯ୍ୟ

ନୟାଗଡ଼ ଅଫିସ,୨୭।୭: ଶ୍ରାବଣ ମାସର ୧୦ ଦିନ ବିତିଗଲାଣି। ବର୍ଷା ଯେଉଁଭଳି ଭାବେ ହେବା କଥା ନ ହେବାରୁ ଡହଡ଼ହ ଖରାରେ ଜମି ଫାଟି ଅଁା...

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୨୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗାଲଫୁଲା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ରାଧାକାନ୍ତ...

Leave a comment

Your email address will not be published. Required fields are marked *