ନିର୍ମାଣ ଶ୍ରମିକଙ୍କୁ ଦିଅ ଆର୍ଥିକ ସହାୟତା: ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫-୩: ଦେଶର ୩.୫ କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ମଙ୍ଗଳବାର କହିଛନ୍ତି। ବର୍ତ୍ତମାନ କରୋନା ବ୍ୟାପିଥିବା ବେଳେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବାକୁ ଯୋଗୁ ନିର୍ମାଣ ଶ୍ରମିକମାନେ ସମସ୍ୟା ସାମ୍ନା କରୁଛନ୍ତି। ନିର୍ମାଣ ସେସ୍‌ ବାବଦ ରାଜ୍ୟଗୁଡିକ ନିକଟରେ ଏବେ ୫୨,୦୦୦ କୋଟି ଟଙ୍କା ରହିଛି। ଏହି ଅର୍ଥ ମଧ୍ୟରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିବାକୁ ଗଙ୍ଗଓ୍ବର ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଲ୍ୟୁଟନାଣ୍ଟ ଗଭର୍ନରଙ୍କୁ ଏକ ଆଡଭାଇଜରିରେ କହିଛନ୍ତି। ଶ୍ରମିକ ଜନମଙ୍ଗଳ ବୋର୍ଡ ଦ୍ୱାରା ସଂଗ୍ରହ କରାଯାଇଥିବା ଅର୍ଥକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଦ୍ୱାରା ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବାକୁ ମନ୍ତ୍ରଣାଳୟ କହିଛି। ଶ୍ରମିକ କଲ୍ୟାଣ ବୋର୍ଡରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଛି। ଏହି କଷ୍ଟ ସମୟରେ ଦୈନିକ ଭିତ୍ତିରେ କାମ କରୁଥିବା ଶ୍ରମିକ ମାନଙ୍କର ଜୀବନ ଧାରଣ ଲାଗି ଅର୍ଥ ପ୍ରେରଣ କରାଯିବା ଉପରେ ଗଙ୍ଗଓ୍ବର ମତ ରଖିଛନ୍ତି।


All Right Reserved By Dharitri.Com

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ...

ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ

ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍‌ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା...

ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ...

ମାନ୍ଦାବସ୍ଥା ଦୂର ଲାଗି ଯଥା ସମ୍ଭବ ପ୍ରୟାସ ହେଉଛି: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧୯-୯: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଥିବା ସରକାରଙ୍କ ଥିଙ୍କ ଟ୍ୟାଙ୍କ...

ମାନ୍ଦାବସ୍ଥା ମନ୍ତବ୍ୟକୁ ନେଇ ଟ୍ରୋଲ୍‌ ହେଲେ ରବିଶଙ୍କର

ନୂଆଦିଲ୍ଲୀ,୧୪-୧୦: ଅର୍ଥନୀତିରେ ମାନ୍ଦାବସ୍ଥା ନ ଥିବାରୁ ଗୋଟିଏ ଦିନରେ ରିଲିଜ ହୋଇଥିବା ୩ ସିନେମା ୧୨୦ କୋଟି ଟଙ୍କା ବ୍ୟବସାୟ କରିଥିବା କହି ସୋସିଆଲ ମିଡିଆରେ...

ଅତ୍ୟାଧୁନିକ ହେଲା ୧.୫ ଲକ୍ଷ ପୋଷ୍ଟଅଫିସ

ନୂଆଦିଲ୍ଲୀ,୨୨-୪: ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟାଟା କନସଲଟାନ୍ସି(ଟିସିଏସ୍‌) ଭାରତୀୟ ପୋଷ୍ଟ ଅଫିସଗୁଡ଼ିକ ଆଧୁନିକ କରିବାରେ ବଡ଼ ଭୂମିକା ନେଉଛି। ଏହାର ସହାୟତାରେ ଅଦ୍ୟାବଧି...

ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

ମୁମ୍ବାଇ,୨-୧: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର...

ପ୍ରତିଷ୍ଠା ହେବ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ,୨-୮: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ), ହିନ୍ଦୁସ୍ତାନ କପର ଲିମିଟେଡ(ଏଚ୍‌ସିଏଲ୍‌) ଏବଂ ମିନେରାଲ ଏକ୍ସପ୍ଲୋରେଶନ କମ୍ପାନୀ ଲିମିଟେଡ(ଏମଇସିଏଲ୍‌) ଭଳି ୩ ରାଷ୍ଟ୍ରାୟତ୍ତ ସଂସ୍ଥା ମିଳିତ...

Leave a comment

Your email address will not be published. Required fields are marked *