ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ ସୋସିଆଲ ମିଡିଆ ଓ ସରକାରୀ ଭାବେ ଯେଭଳି ଏହାକୁ ନେଇ ଉଠାପକା ଚାଲିଛି, ଜନସାଧାରଣ ଭୀତତ୍ରସ୍ତ ହୋଇପଡ଼ିଲେଣି। ଦେଶବ୍ୟାପୀ ଲକ୍‌ଡାଉନ ବା ଅଚଳାବସ୍ଥା ସୃଷ୍ଟି ହୋଇଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ କରିବାରେ ଲାଗିଲେଣି। ଫଳରେ ବ୍ୟବସାୟୀମାନେ ଅସମୟରେ ଲାଭ ଉଠାଇବାକୁ ଯାଇ କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଲାଣି ବାସ୍ତବରେ ଯେଉଁ ହାରରେ କୋଭିଡ୍‌-୧୯ର ଭୟାବହତା ନେଇ ପ୍ରଚାର କରାଯାଉଛି, ତାହା ଭାରତକୁ କ୍ଷତି ପହଞ୍ଚାଇବ କି। ଅବଶ୍ୟ ବିପଦ ଆସିବା ପୂର୍ବରୁ ପ୍ରସ୍ତୁତ ହୋଇଯିବା ବୁଦ୍ଧିମାନ୍‌ର କାର୍ଯ୍ୟ। ତଥାପି ଛାତିରେ ଅତ୍ୟଧିକ ଛନକା ପଶାଇ ଦିଆଯାଉଥିବାରୁ ଏହାଦ୍ୱାରା ଲାଭ କାହାର ହେଉଛି ବୋଲି ଆଲୋଚନା ଆରମ୍ଭ ହେଲାଣି।
କରୋନା ଭାଇରସ୍‌କୁ ପ୍ରତିହତ କରିବା ଲାଗି ବ୍ୟକ୍ତିଗତ ସ୍ତରରେ ସ୍ବଚ୍ଛତା ଓ ସଂଯମ ରକ୍ଷା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମାବଳୀ ପ୍ରସ୍ତୁତ କରିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଭୂତାଣୁ ଇଟାଲୀରେ ସର୍ବାଧିକ ଜୀବନ ନେଇସାରିଲାଣି। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ ଲାଗି ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହେବା ପରେ ସରକାରୀ, ବେସରକାରୀ ଏବଂ ବ୍ୟକ୍ତିଗତ ସ୍ତରରେ ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କେତେକ ଭାରତୀୟ ତୁଚ୍ଛ ଚିନ୍ତାଧାରାରେ ବୁଡ଼ି ରହୁଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଦୁଇଦିନ ତଳେ ନୂଆଦିଲ୍ଲୀର ବିଜୟ ନଗର ଅଞ୍ଚଳରେ ଜଣେ ମଣିପୁରୀ ଯୁବତୀ ରାସ୍ତାରେ ଯାଉଥିଲେ। ସେହି ସମୟରେ ଏକ ମୋଟର ସାଇକେଲରେ ଯାଉଥିବା ଜଣେ ବ୍ୟକ୍ତି ସମ୍ପୃକ୍ତା ଯୁବତୀଙ୍କୁ କରୋନା କହି ତାଙ୍କ ଟି-ଶାର୍ଟ ଉପରକୁ ପାନଛେପ ପକାଇଥିଲେ। ସିସିଟିଭି ଫୁଟେଜ୍‌ରେ ଉକ୍ତ ବ୍ୟକ୍ତିଙ୍କ ଗାଡ଼ି ନମ୍ବର ଜଣାପଡ଼ି ଯାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି, କରୋନା କ’ଣ ଏତେ ବିପଦପୂର୍ଣ୍ଣ ହୋଇଯାଇଛି ଯେ ଜଣେ ଯୁବତୀଙ୍କ ପ୍ରତି ସେଭଳି ଟିପ୍ପଣୀ ଦେବାକୁ ଯାଇ ସମ୍ପୃକ୍ତ ବ୍ୟକ୍ତି ପାନଛେପ ପକାଇବାକୁ ଠିକ୍‌ ମଣିଛନ୍ତି। କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଉତ୍ତର-ପୂର୍ବାଞ୍ଚଳ ବାସିନ୍ଦାଙ୍କ ଚେହେରା ଚାଇନାବାସୀଙ୍କ ସହ ସାମଞ୍ଜସ୍ୟ ରଖିଥାଏ। ତାହାକୁ ଆଧାରକରି ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ।
ଏବେ ଦେଶରେ ଘୋର ବିପଦ ସୃଷ୍ଟି ହୋଇନାହିଁ, ସୃଷ୍ଟି କରାଯାଉଛି। ଦିନମଜୁରିଆଙ୍କ କଥା ଭାବିବା ପାଇଁ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ପ୍ରସ୍ତୁତ ନୁହେଁ। ଆଜିର ପରିସ୍ଥିତିରେ ଏବେ କ୍ଷମତାସୀନ ବ୍ୟକ୍ତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ସାଧାରଣ ନାଗରିକର ଅସ୍ବାଭାବିକ ଚିନ୍ତାଧାରା ଯୋଗୁ ଏହି ନେତାମାନେ ଯେଉଁ କଡ଼ାକଡ଼ି ଆଇନ ଇଚ୍ଛା କରୁଛନ୍ତି, ତାହାକୁ ପ୍ରଣୟନ କରିଦେଇପାରୁଛନ୍ତି। କରୋନା ଯୁଗରେ ପ୍ରଶ୍ନ କରିବାର ଅର୍ଥ ହେଲା ମାଡ଼ ଖାଇବା। କେହି ବୁଝିବାକୁ ପ୍ରସ୍ତୁତ ନୁହେଁ, ପ୍ରତ୍ୟେକ ବର୍ଷ ପୃଥିବୀବ୍ୟାପୀ ୯୦ ଲକ୍ଷ ଲୋକ ଅନାହାରରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତାହା ତୁଳନାରେ କରୋନା ଭାଇରସ୍‌ର କୋପ ତିଳେମାତ୍ର ଭୟ କରିବାର ଯୋଗ୍ୟତା ହାସଲ କରିନାହିଁ। ତଥାପି ଆମେ ସମସ୍ତେ ଭୟରେ ବଞ୍ଚିବାକୁ ଚାହୁଁଛୁ। ଆମ ଭୟକୁ ଶାସକମାନେ ଅତି ଉତ୍ତମ ଢଙ୍ଗରେ ବ୍ୟବହାର କରି ନିଜର କ୍ଷମତା ଦୃଢ଼ୀଭୂତ କରିପାରୁଛନ୍ତି।


All Right Reserved By Dharitri.Com

ସ୍ବତନ୍ତ୍ର କ୍ୟାଡର ଦାବି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜ୍ୟର ବିକାଶ ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଫିସରଙ୍କର ସ୍ବତନ୍ତ୍ର କ୍ୟାଡର ଲାଗି...

ଏଇ ଭାରତରେ

ଆଶ୍ରମ ଶବ୍ଦ ଶୁଣିବା କ୍ଷଣି ଏକ ଆଧ୍ୟାମତ୍ିକ ସ୍ଥାନ କଥା ମନେପଡିଯାଏ, ଯେଉଁଠି ଦିବ୍ୟ ପରିବେଶ,ଜଣେ ଗୁରୁ ,ତାଙ୍କ ଅନୁଗାମୀଙ୍କ ଛବି ସାମ୍‌ନାକୁ ଆସିଥାଏ। କିନ୍ତୁ...

ଉଠରେ ପୁତ ଉଠ

ଶକୁନ୍ତଳା ପଣ୍ଡା ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ,...

ଦୃଷ୍ଟି ହଟାଯାଉଛି

ସମ୍ପାଦକୀୟ/ତଥାଗତ ସତପଥୀ ହ୍ୟୁମାନିଟିଜ୍‌ ଷ୍ଟଡିଜ୍‌ ବା ମାନବବାଦୀ ପାଠ ଲାଗି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ...

ବିଷ ମଣିଷ

ଅଭିମନ୍ୟୁ ଧଳ ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ...

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ...

ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି

ମାର୍କ ରୋ କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍‌ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି...

ସଙ୍କୋଚନରୁ ପ୍ରସାରଣ

ଡ. ଶରତ ଚନ୍ଦ୍ର ରଥ ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର...

Leave a comment

Your email address will not be published. Required fields are marked *