Posted inପୁରୀ

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩:
ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଛି। ମାଛ, ମାଂସକୁ ନେଇ ଗୁଜବ, ପୁରୀର ହୋଟେଲ ଶିଳ୍ପରେ ତାଲା ଝୁଲିବା ଏବଂ ଗାଡ଼ି ଉପରେ କଟକଣା ପାଇଁ ସେମାନଙ୍କ ହାତ ଏକପ୍ରକାର ବାନ୍ଧି ହୋଇଯାଇଛି। ଯଦିଓ ଅଳ୍ପ କେତେଜଣ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି କିନ୍ତୁ ବିକ୍ରି ଠିକ୍‌ ଭାବେ ହୋଇପାରୁ ନାହିଁ। ଗୋଟିଏ ପଟେ କରୋନା ନେଇ ସରକାରଙ୍କ କଟକଣା ଏବଂ ଅନ୍ୟପଟେ ସେମାନଙ୍କ ଜୀବିକା ଏଭଳି ଘଡ଼ିସନ୍ଧିି ମୁହୂର୍ତ୍ତରେ ସେମାନେ କ’ଣ କରିବେ ଚିନ୍ତାରେ ପଡ଼ିିଛନ୍ତି। ନା କାହାକୁ କିଛି କହିପାରୁଛନ୍ତି ନା ପେଟର ଜ୍ୱାଳାକୁ ସହିପାରୁଛନ୍ତି ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମତ୍ସ୍ୟଜୀବୀ ପରିବାର।
ପେଣ୍ଠକଟା ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଛନ୍ତି, ଯେଉଁମାନଙ୍କ ମୁଖ୍ୟ ବେଉସା ହେଉଛି ମାଛ ମାରିବା। ଅନେକ ମତ୍ସ୍ୟଜୀବୀ ଡଙ୍ଗା ନେଇ ସମୁଦ୍ରକୁ ଯାଇ ମାଛ ମାରି ଫେରିବା ପରେ ବିକ୍ରି କରିଥାନ୍ତି। ଫିସୋରୀରେ ମଧ୍ୟ ମାଛ ଦେଇଥାନ୍ତି। ମାତ୍ର ବାତ୍ୟା ଫନୀରେ ଏମାନଙ୍କ ଡଙ୍ଗା, ଜାଲ ନଷ୍ଟ ହୋଇଯାଇଥିଲା। ପ୍ରାୟ ସମସ୍ତଙ୍କ ଘର ଭାଙ୍ଗିଥିଲା। ଧୀରେ ଧୀରେ ଏମାନେ ଅଣ୍ଟା ସଳଖି ପୁଣି ନିଜ ବେଉସାକୁ ଆପଣାଇଥିଲେ। ହେଲେ ଏବେ କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିିଛନ୍ତି। ମତ୍ସ୍ୟଜୀବୀ ନେତା ଈଶ୍ୱର ରାଓ କହିଛନ୍ତି, ସମୁଦ୍ରରୁ ମାଛ ମାରିଲେ ଆମ ସମସ୍ତଙ୍କ ଘରେ ଚୁଲି ଜଳେ। ହେଲେ କରୋନା ପାଇଁ ଏବେ ଆମ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଯଦିଓ ମାଛ, ମାଂସ ବିକ୍ରି ଉପରେ କଟକଣା ଲାଗିନାହିଁ କିନ୍ତୁ ଏହାକୁ ନେଇ ନାନା ଗୁଜବ ସୃଷ୍ଟି ହୋଇଛି। ମାଛ ଖାଇବା ପାଇଁ ଅନେକ ପସନ୍ଦ କରୁନାହାନ୍ତି। ପୁରୀର ହୋଟେଲ, ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ଗାଡ଼ିି ଚଳାଚଳ ଉପରେ କଟକଣା ଯୋଗୁ ବରଫ ଠିକ୍‌ ଭାବେ ଆସୁନାହିଁ। ବାହାରୁ ମାଛ ନେବାକୁ ଗାଡ଼ିି ଆସୁ ନ ଥିବାବେଳେ ଟ୍ରେନ ଚଳାଚଳ ବି ବନ୍ଦ ରହିଛି। ବ୍ୟବସାୟୀମାନେ କରୋନା ଭୟରେ ବସ୍ତିକୁ ଆସୁନାହାନ୍ତି। ତେଣୁ ଅନେକ ମତ୍ସ୍ୟଜୀବୀ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନ୍ୟଜଣେ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ରେଡ୍ଡୀ ସମାନ ମତ ରଖି ଏଭଳି ସ୍ଥିତିରେ ସରକାର ସେମାନଙ୍କ ପାଇଁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ସମସ୍ତ ମତ୍ସ୍ୟଜୀବୀଙ୍କ ମୁହଁରେ ଏବେ କରୋନା ଦୁଃଖର କାହାଣୀ। ତଥାପି ସମସ୍ତେ ସରକାରଙ୍କ ପଦକ୍ଷେପକୁ ଠିକ୍‌ ବୋଲି କହିଛନ୍ତି। ଆଗକୁ ନୂଆବର୍ଷ ଉଗାଦି ଥିବାରୁ ଗଁାରୁ ଫୋନ ଆସୁଛି। ସେମାନେ ଆନ୍ଧ୍ରପ୍ରଦେଶର ନିଜ ନିଜ ଗାଁକୁ ଯିବା ପାଇଁ ଚାହୁଁଥିଲେ ବି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଯାଇପାରୁନାହାନ୍ତି ବୋଲି ଈଶ୍ୱର ରାଓ କହିଛନ୍ତି।


All Right Reserved By Dharitri.Com

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

ପୂର୍ବ ଶତ୍ରୁତାରୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଧରିବା ଦାବିରେ ଥାନା ସମ୍ମୁଖରେ ଧାରଣା

ଗୋପ, ୨୭।୮(ଡି.ଏନ୍‌.ଏ.)-ପୂର୍ବ ଶତ୍ରୁତାରୁ ଜଣେ ମହିଳାଙ୍କ ଆକ୍ରମଣ ପରେ ତାଙ୍କୁ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୨୨ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଧରିବାରରେ...

ଆବର୍ଜନା ବୁହା ଗାଡ଼ିରେ ଶ୍ରୀମନ୍ଦିର ଫଟୋ: ହଟାଇବାକୁ ଦାବି

ପୁରୀ ଅଫିସ,୩ା୧: ପୁରୀ ସହରକୁ ସ୍ବଚ୍ଛ ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ଆବର୍ଜନା ବୁହା ଗାଡ଼ିି (ସ୍ବଚ୍ଛ ସବାରୀ) ବୁଲୁଛି। ତେବେ ଏହି ଗାଡ଼ିରେ ଶ୍ରୀମନ୍ଦିର...

ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍‌ସେଲିଂ କରାଗଲା

ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର...

ସ୍ୟାଣ୍ଡ ଆନିମେଶନରେ ନିର୍ଭୟା ଦୋଷୀଙ୍କ ଫାଶୀ

ପୁରୀ ଅଫିସ,୨୧ା୩: ଶେଷରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ, ଅକ୍ଷୟ ସିଂ, ବିନୟ...

ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ: ସାଢେ ୬ଟାରେ ରାଧାଦାମୋଦର ବେଶ

ପୁରୀ ଅଫିସ, ୪ା୧୦: ଆଶ୍ୱିନ ଶୁକ୍ଲ ଏକଦଶୀ ଅର୍ଥାତ୍‌ ଅକ୍ଟୋବର ୯ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳ ଧୂପ ନୀତି। ଏହା ନଭେମ୍ବର...

Leave a comment

Your email address will not be published. Required fields are marked *