ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ।
ପ୍ରକାଶ ଯେ, ଅଭିମନ୍ୟୁ ଓ ସେହି ଗ୍ରାମର ପ୍ରକାଶ ଗୌଡ ୨ ସାଙ୍ଗ। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଉଭୟଙ୍କ ମଧ୍ୟରେ କାଠ ବେପାରକୁ ନେଇ ଗଁା ଦାଣ୍ଡରେ ବଚସା ହୋଇଥିଲା। ପରେ ପ୍ରକାଶ ରାଗିଯାଇ ଏକ କାତିଆଣି ଅଭିମନ୍ୟୁଙ୍କ ବେକରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଁାରେ ପହଞ୍ଚତ୍ ପ୍ରକାଶଙ୍କୁ ଧରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ସ୍ପେଶାଲ ଡ୍ରାଇଭରେ ଦିଆଗଲାଣି ୭୭.୯୬ କୋଟି ଋଣ

ଛତ୍ରପୁର,୫ା୧୦(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ଖେଳପଡିଆରେ ଗଞ୍ଜାମ ଜିଲାର ସମସ୍ତ ବ୍ୟାଙ୍କକୁ ନେଇ ଚାଲିଥିବା ଗ୍ରାହକ ସମ୍ପର୍କ, ଋଣ ବଣ୍ଟନ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି...

ଲେବର ବଜେଟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା,୨୮।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧି ସେବାକେନ୍ଦ୍ରଠାରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ସଫଳତା ପାଇଁ ପ୍ଲାନିଙ୍ଗ କମିଟି ସଭ୍ୟାସଭ୍ୟମାନଙ୍କୁ ନେଇ ଗୁରୁବାରଠାରୁ ଚାଲିଥିବା ଲେବର ବଜେଟ...

ଗୋଠ ଛଡା ଦନ୍ତା ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର/ଝୁମ୍ପୁରା,୧୭ା୧(ସ୍ବ.ପ୍ର.) ବମୋରୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମଲଦା ଗ୍ରାମରେ ଏକ ଗୋଠ ଛଡା ଦନ୍ତା ଉତ୍ପାତ ଚଳାଇ ଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ହାତୀଟି...

୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ...

ଜିଲାପାଳ,ଏସପି ଅଫିସ ବିଶୋଧନ ହେଲା

କେନ୍ଦୁଝର,୪।୪, (ସ୍ବ.ପ୍ର.) :କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ରେ ସାନିଟାଇଜେସନ କାମ ଜୋର ସୋର ରେ ଚାଲିଛି। ଶନିବାର ଜିଲାପାଳ, ଏସପି ଙ୍କ କାର୍ଯ୍ୟାଳୟ...

ନୂଆପଡାରେ ବୁଦ୍ଧିଜୀବୀ ସମ୍ମିଳନୀ: ସମସ୍ୟା ସମାଧାନର ବାଟ ଖୋଜୁଛନ୍ତି ବୁଦ୍ଧିଜୀବୀ; ପାର୍ଲାମେଣ୍ଟରେ ଉପସ୍ଥାପନ କରିବି: ଏମ୍‌ପି

ନୂଆପଡା ଅଫିସ,୩୦ା୮-ଲୋକଙ୍କ ବହୁ ଆଶା ଆକାଂକ୍ଷା ଥିଲା ଯେ ନୂଆପଡା ଏକ ଜିଲା ହେବ । ଲୋକଙ୍କର ସବୁ ସମସ୍ୟା ସହଜେ ସମାଧାନ ହେବ ।...

ବୁଡ଼ି ଯାଉଛି ପୁରୁଣା ବୃତ୍ତି

ବନ୍ତ,୨୩।୫(ଡି.ଏନ୍‌.ଏ.) – ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିଲେ ବି ଅନେକ ଗ୍ରାମୀଣ କଳାକାର ପୁରୁଣା ବୃତ୍ତିକୁ ନେଇ ଜିଇବା ଲାଗି ସଂଘର୍ଷ ଜାରି...

ଗଦାପୁର ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଜିଲାପାଳଙ୍କୁ ଅଭିଯୋଗ: ଏଡିଏମ୍‌, ଇନ୍‌ଚାର୍ଜଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଘଡ଼େଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ...

Leave a comment

Your email address will not be published. Required fields are marked *