କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୀଘ୍ର ଏକ ଆର୍ଥତ୍କ ପ୍ୟାକେଜ ଆଣିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଏ ନେଇ ସରକାର ଶୀଘ୍ର ଘୋଷଣା କରିବେ। ସେହିଭଳି ସୀତାରାମନ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆୟକର(ଆଇଟି) ରିଟର୍ନର ଶେଷ ତାରିଖକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାବାଦ ବିଳମ୍ବ ରିଟର୍ନ ପଇଠ କ୍ଷେତ୍ରରେ ସୁଧକୁ ୧୨ ଓ ୧୮% ରୁ ୯%କୁ ଖସାଯାଇଛି। ସେହିଭଳି ଆଧାର-ପାନ୍‌ ଲିଙ୍କ୍‌ କରାଇବାର ଶେଷ ସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପରୋକ୍ଷ ଟିକସ କ୍ଷେତ୍ରରେ ବିବାଦ ସମାଧାନ ଲାଗି ଆସିଥିବା ‘ବିବାବ ସେ ବିଶ୍ୱାସ’ ସ୍କିମକୁ ମଧ୍ୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ବେଳେ କୌଣସି ଅତିରିକ୍ତ ଚାର୍ଜ ଏଥି ଲାଗି ସରକାର ଲାଗୁ କରାଇବେ ନାହିଁ। ୨୦୨୦ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ଜିଏସ୍‌ଟି ରିଟର୍ନ ଏବଂ କମ୍ପୋଜିଶନ ସ୍କିମ ରିଟର୍ନ ଫାଇଲ କରିବାର ଶେଷ ସୀମା ଜୁନ ୩୦ ଯାଏ ବଢାଯାଇଛି। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କମ୍ପାନୀଗୁଡିକ ଲାଗି କୌଣସି ସୁଧ କିମ୍ବା ପେନାଲଟି ଲାଗୁ କରାଯିବନାହିଁ। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବଡ କମ୍ପାନୀଙ୍କ ଲାଗି ସୁଧକୁ ୯%କୁ ହ୍ରାସ କରାଯାଇଛି।


All Right Reserved By Dharitri.Com

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର...

ଏୟାର ଇଣ୍ଡିଆ ବିକ୍ରି:ଜାନୁୟାରୀରେ ଆସିବ ଇଓଆଇ

ନୂଆଦିଲ୍ଲୀ,୮-୧: ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ଗୋଷ୍ଠୀ ଏୟାର ଇଣ୍ଡିଆ ବିକ୍ରି ପାଇଁ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଏବଂ ଶେୟାର...

ଧରା ପଡିଲା ପିଡିଏସ୍‌ ସାମଗ୍ରୀ କଳା ବଜାର

ରାଉରକେଲା ଅଫିସ,୧ା୪: ଲକ୍‌ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ...

ଭାରତରେ ୫୬୮ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧୧; ଲକ୍‌ ଡାଉନ୍‌ର ଉଲ୍ଲଂଘନ କଲେ ଗୁଳି କରିବାକୁ ଦିଆଯିବ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ।...

ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ

ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ...

Leave a comment

Your email address will not be published. Required fields are marked *