ବର୍ଷେ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

ଲାଉସାନେ,୨୪।୩(ଏଏଫ୍‌ପି)- କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ୍‌ ସାରା ବିଶ୍ୱରେ ମହାମାରୀରେ ପରିଣତ ହୋଇଥିବାରୁ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଘୋଷଣା କରିଛି। ଟୋକିଓରେ ଅଲିମ୍ପିକ୍ସ ପୂର୍ବରୁ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।

ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଓ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରି ଶେଷରେ ମିଳିତ ଭାବେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱରେ ବର୍ତ୍ତମାନ ଶାନ୍ତି ବିରାଜମାନ ଥିବା ବେଳେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଘୁଞ୍ଚାଯାଇଛି। ଏକ ମିଳିତ ବିବୃତିରେ ଆବେ ଓ ବାକ ଏ ନେଇ ଘୋଷଣା କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ସୂଚନାକୁ ପାଥେୟ କରି ଏହି ନିଷ୍ପତ୍ତି ନିଆଯାଇଛି ଓ ଏହି ମେଗା ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୧ ଗ୍ରୀଷ୍ମ ପୂର୍ବରୁ ଅଲିମ୍ପିକ୍‌ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଥଲେଟ ଓ ଅଲିମ୍ପିକ୍‌ ସହ ଜଡିତ ଥିବା ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ବିବୃତିରେ କୁହାଯାଇଛି।


All Right Reserved By Dharitri.Com

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ...

ସୁପର ଓଭରରେ ଜିତିଲା ସେଣ୍ଟ କିଟ୍ସ

ସେଣ୍ଟ କିଟ୍ସ,୧୮।୯: ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପାଟ୍ରିଅଟ୍ସ ସୁପର ଓଭରରେ ଟ୍ରିନବାଗୋ ନାଇଟ୍‌ ରାଇଡର୍ସକୁ ହରାଇ...

ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବନି: ବିସିସିଆଇ

ନୂଆଦିଲ୍ଲୀ,୧୮।୫(ପି.ଟି.): ଚୁକ୍ତିବଦ୍ଧ କ୍ରିକେଟରଙ୍କ ପାଇଁ କୌଣସି ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବିଭିନ୍ନ...

ହଲ୍‌ ଅଫ୍‌ ଫେମ୍‌ ଓପନ୍‌ପେସ୍‌-ଡାନିଏଲ୍‌ ସେମିଫାଇନାଲରେ

ନ୍ୟୁପୋର୍ଟ, ୨୦ା୭ (ପି.ଟି.): ଭାରତର ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ହଲ୍‌ ଅଫ୍‌ ଫେମ୍‌ ଓପନ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି...

ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ...

ବାତିଲ ହୋଇାପାରେ ଚାଇନିଜ ଗ୍ରାଁ ପ୍ରି

ବାକୁ,୧୨।୨- ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରି ସମ୍ଭବତଃ ବାତିଲ ହୋଇପାରେ। ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଥିବାରୁ...

ଜୁନ୍‌ ୨୦ ପରେ ଯୁକ୍ତ୩, ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା

ଭୁବନେଶ୍ୱର, ୬।୫(ବ୍ୟୁରୋ): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ ମହାବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷବର୍ଷ ପରୀକ୍ଷା ଜୁନ୍‌ ୨୦ ପରେ ଆରମ୍ଭ...

Leave a comment

Your email address will not be published. Required fields are marked *