ଅଭିନବ ଉପାୟରେ ସଚେତନ କଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ.)- କରୋନା ଭୂତାଣରୁ ରକ୍ଷା ପାଇଁ ଜିଲାରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ମଙ୍ଗଳବାରଠାରୁ ଜିଲା ଲକ୍‌ଡାଉନ ଘୋଷଣା କରାଯାଇଛି। ସମସ୍ତେ ଘରେ ରହିବା ଏବଂ ପଦାକୁ ନ ବାହାରିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଏଥିସହ ନିୟମ ଉଲ୍ଲଂଘନ କଲେ ଆବଶ୍ୟକ ସ୍ଥଳରେ ଗିରଫ କରାଯିବ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏକ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରିଛନ୍ତି। କୌଣସି ଜରୁରୀ କାର୍ଯ୍ୟ ନ ଥାଇ ବାହାରେ ବୁଲୁଥିବା ବାଇକ୍‌ ଚାଳକଙ୍କ ସମେତ ବ୍ୟକ୍ତି ବିଶେଷଙ୍କ ହାତରେ ଏକ ପ୍ଲାକାର୍ଡ଼ ଧରାଇଛନ୍ତି। ‘ ମୁଁ ଗୋଟେ ସ୍ବାର୍ଥପର, ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲି ଦେଇପାରେ, ଆଉ ଏଥିପାଇଁ ମୁଁ ଅନୁତପ୍ତ ମଧ୍ୟ ନୁହଁ’ ବୋଲି ସେଥିରେ ଉଲ୍ଲେଖ ରହିଛ। ଏହା ଦେଖି କେତେଜଣ ନିଜ ଭୁଲ ଜାଣିପାରି ଘରକୁ ପଳାଉଛନ୍ତି। ପୋଲିସର ପରାମର୍ଶ ମାନୁ ନ ଥିବା ଲୋକଙ୍କୁ ଗିରଫକରାଯାଉଥିବା ଏସ୍‌ଡିପିଓ ବାରିକ କହିଛନ୍ତି।


All Right Reserved By Dharitri.Com

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ...

ରୋଗପୋକ ଉଜାଡିଲା ଚାଷ : କୃଷି ଅଧିକାରୀଙ୍କୁ ଦେଖାଇଲେ ଧାନକେଣ୍ଡା

ଜାମଟିକ୍ରା, ୪।୧୧ (ଡି.ଏନ.ଏ): ଅତାବିରା ବ୍ଲକ ଅଞ୍ଚଳରେ ଧାନ ଫସଲରେ ଲାଗିଥିବା ରୋଗପୋକ ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବଜାରରେ ମିଳୁଥିବା କୀଟନାଶକ ପ୍ରୟୋଗ କଲେ...

ମଝି ରାସ୍‌ତାରେ ବଁଧର ଭରମ୍‌

ସିନାପାଲି, ୧୬।୧୦ (ଡି.ଏନ୍‌.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ସିଙ୍ଗଝର-ଦେଭୋଗ ରାସ୍‌ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛେ। ହେଲେ ରାସ୍‌ତାଟା ଠିକ୍‌ ହିସାବେ ତିଆର ନାଇଁ ହେଇ।...

ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଦାବି ଜୋର ଧରିଲା: ସାମିଲ ହେଲେ ୭୦ ପଞ୍ଚାୟତ ଜନପ୍ରତିନିଧି

ରାହାମା,୧୭ା୧୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ରାହାମାଠାରେ ଏକ ସୁପର ସ୍ପେଶିଆଲିଟି କିମ୍ବା ସବ୍‌ଡିଭିଜନାଲ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ଏନେଇ ରାହାମାସ୍ଥିତ ଗୁଣ୍ଡିଚା...

ଜୟରାମପୁରରୁ ପରୀକ୍ଷା ପାଇଁ ଗଲା ୨୪ ନମୁନା

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଜୟରାମପୁର ପଞ୍ଚାୟତର ୧ ନମ୍ବର ଓ୍ବାର୍ଡକୁ ପ୍ରଶାସନ ପକ୍ଷରୁ ସୋମବାର ସିଲ୍‌ କରାଯିବା ସହ ୨୪ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ...

ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା

ରସୁଲପୁର,୨୬।୩(ଡି.ଏନ୍.ଏ.): ଅମଳ ଅପେକ୍ଷାରେ ଖରିଫ କ୍ଷେତ ରହିଥିଲାବେଳେ ଏଥିରେ ବାଧକ ସାଜିଛି କରୋନା। ମାତ୍ର ଏବେ କରୋନା ଆତଙ୍କ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ଫଳରେ...

ଦାବି ପୂରଣ ପାଇଁ ଖବରଦାତାଙ୍କ ପ୍ରତୀକ ଧାରଣା

ଦଶପଲ୍ଲା,୩ା୮(ଡି.ଏନ.ଏ.): ଦଶପଲ୍ଲା ଥାନା ସମ୍ମୁଖରେ ଖବରଦାତା କ୍ରିୟାନୁଷ୍ଠାନ କମିଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଶୁକ୍ରବାର ଆରମ୍ଭ ହୋଇଛି। ଜୁନ୍‌ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ସେମାନେ...

Leave a comment

Your email address will not be published. Required fields are marked *