ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ ନିଜର ପ୍ରକୋପ ଜାରି ରଖିଛି। ମଙ୍ଗଳବାର ସୁଦ୍ଧା ପାକିସ୍ତାନରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ଟପିଛି। ଏହାକୁ ରୋକିବା ପାଇଁ ସରକାର ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ ରେଳସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ମଙ୍ଗଳବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଉପରେ ରୋକୋ ଲଗାଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ: ୧୦ ଏମ୍‌ଓୟୁ ସ୍ବାକ୍ଷର

ଥିମ୍ଫୁ,୧୮ା୮(ପି.ଟି.): ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ତାଙ୍କ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ଙ୍କ ସହ ଆଲୋଚନା...

ବେଆଇନ ଅନୁପ୍ରବେଶ ନେଇ ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ବିଦା କଲା ମେକ୍ସିକୋ

ମେକ୍ସିକୋ,୧୮।୧୦: ବେଆଇନ ଭାବେ ଆମେରିକାରେ ପଶିବାକୁ ଯୋଜନା କରୁଥିବା ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଇଛି ମେକ୍ସିକୋ। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ...

‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ...

ମିଳିଲା କରୋନାଭାଇରସ ଠିକ୍‌ ହେବାର ଚିକିତ୍ସା ପଦ୍ଧତି !

ବେଜିଂ,୧୫।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୧,୫୨୩ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨ରେ। ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର...

ଉଇଗର ମୁସଲମାନ୍‌ଙ୍କୁ ଶୋଷଣ: ଆମେରିକା କଳା ତାଲିକାରେ ୨୮ ଚାଇନା କମ୍ପାନୀ

ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍‌ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍‌ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ...

ମାଲଦ୍ୱୀପରେ ମୋଦି: ସର୍ବୋଚ୍ଚ ସମ୍ମାନରେ ହେବେ ସମ୍ମାନିତ

ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର କୋଚିରୁ ମାଲଦ୍ୱୀପ ଗସ୍ତ କରିଛନ୍ତି। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ମୋଦିଙ୍କର ଏହା...

କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି...

ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଦମ୍ପତ୍ତି

ହରିଶବୁର୍ଗ,୧୦।୯: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଯାଏ ତେବେ କ’ଣ କରିବେ ଭାବିଲେ। ଟଙ୍କା ନେଇ ବ୍ୟାଙ୍କକୁ ଦେଇ ଦେବେ ନା...

Leave a comment

Your email address will not be published. Required fields are marked *