କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.)
‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ମଦ ନ ପିଇବାକୁ ଗୀତ ମାଧ୍ୟମରେ କୋରାପୁଟ ଦାମନଯୋଡ଼ି ଅଞ୍ଚଳର ଯାଆଁଳା ଭାଇ ଶାନ୍ତି ପ୍ରକାଶ ଓ ଜ୍ୟୋତି ପ୍ରକାଶ ଲୋକମାନଙ୍କୁ ସଚେତନ କରିଥିଲେ। ଏବେ ପୁଣି ଏକ ସଚେତନତା ଧର୍ମୀ ଗୀତ ଗାଇ ଏହି ଦୁଇ ଭାଇ ଆଉ ଥରେ ଚର୍ଚ୍ଚାରେ। ପୂରା ବିଶ୍ୱ ଏବେ କରୋନା କବଳରେ। ଏଥିରୁ ବଞ୍ଚତ୍ବାକୁ ହେଲେ ସଚେତନତା ଜରୁରୀ। ଏହାକୁ ଗୀତରେ ପରିବେଷଣ କରିଛନ୍ତି ଶାନ୍ତି ଏବଂ ଜ୍ୟୋତି। ଛାନିଆ ନ ହୋଇ, ସଚେତନ ହେବାକୁ ସେମାନେ ଗୀତରେ ଶ୍ରୋତାଙ୍କୁ ଆହ୍ବାନ ଦେଇଛନ୍ତି। ଏବେ ଏହି ଗୀତ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଞ୍ଚଳରେ ଏହାର ବହୁତ ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଇଛି।


All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଅନିୟମିତତା ଅଭିଯୋଗ: ଦୋଷ ଲୁଚାଇବାକୁ ଖବରଦାତାଙ୍କୁ ଲାଞ୍ଚ ଯାଚିଲେ ଶିକ୍ଷକ

ପଟ୍ଟାମୁଣ୍ଡାଇ,୧।୧୦(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ୟୁଜି ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। ତଥ୍ୟ ସଂଗ୍ରହ ଲାଗି...

ଓଏଚ୍‌ଆର୍‌ସିରେ ଗୋଳନ୍ଥରା ବସ୍‌ ଟ୍ରାଜେଡି ମାମଲା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୧ା୨(ବ୍ୟୁରେ):ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମରେ ୧୧ କେଭି ବିଦ୍ୟୁତ ତାର ବସ୍‌ରେ ଲାଗିଯିବାରୁ ନିର୍ବନ୍ଧ ପାଇଁ ଯାଉଥିବା ୧୦ ଜଣଙ୍କ ମୃତ୍ୟୁ...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା...

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି...

ପୁର୍ବଶତ୍ରୁତାରୁ ବାପ-ପୁଅଙ୍କୁ ଛୁରାମାଡ:ପୁଅ ମୃତ, ୨ ଗୁରୁତର

କାକଟପୁର,୬।୧୦(ଡି.ଏନ.ଏ.): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଅଠତିରା ଗ୍ରାମର ସାଧୁ ସ୍ବାଇଁଙ୍କୁ କିଛି ଅସାମାଜିକ ଯୁବକ ପୂର୍ବଶତ୍ରୁତାକୁ ନେଇ...

ନାଇଜେରିଆରୁ ମୁକୁଳିଲେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ୫ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁଦୀପ ଚୌଧୁରୀ ନାମକ ଜଣେ ଓଡ଼ିଆ ନାବିକ...

Leave a comment

Your email address will not be published. Required fields are marked *