ପିପିଲିରେ କାଉ ମଡ଼କ

ପିପିଲି,୨୪ା୩(ସ୍ବ.ପ୍ର/ ଡି.ଏନ୍‌.ଏ.)- ମହାମାରୀ କରୋନାକୁ ନେଇ ପିପିଲି ଅଞ୍ଚଳରେ ଲୋକେ ଭୟଭୀତ ଥିବାବେଳେ ସୋମବାର କେତେକ କାଉ ମରିପଡ଼ିଥିବା ଦେଖିବାକୁ ମିଳିଛି। ଗତ ୩ / ୪ଦିନ ଭିତରେ ଶହଶହ କାଉ ମରି ଚାରିଆଡ଼େ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ପିପିଲି ବ୍ଲକ ଆଠବାଟିଆ ଗ୍ରାମରେ ଗତ କିଛିଦିନ ଧରି କାଉ ମରିପଡୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ଗଛରେ ବସିଥିବା କାଉ ମୁଣ୍ଡ ବଲାଇ ତଳେ ପଡି ଛଟପଟ ହୋଇ ମରିଯାଉଛନ୍ତି। ଏହିଭଳି ପ୍ରତିଦିନି ୪୦ରୁ ଅଧିକ କାଉ ମରିପଡୁଥିବାବେଳେ ମଲା କାଉ ପଚି ପରିବେଶ ଦୂଷିତ ହେବାରେ ଲାଗିଛି। ଖବରପାଇ ପିପିଲି ପ୍ରାଣୀ ଚିକିତ୍ସକ ଶରତ କୁମାର ବେହେରା ଘଟଣାସ୍ଥଳ ପହଞ୍ଚତ୍ ମୃତ କାଉ ଦେହରୁ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ ଏହାର ପ୍ରକୃତ କାରଣ ଜଣାପଡିବ। ତେବେ କାଉ ମଡକ ପଛରେ ବାର୍ଡଫ୍ଲୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।


All Right Reserved By Dharitri.Com

ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ...

ଗୁଟ୍‌ଖା କାରଖାନାରେ ଚଢ଼ାଉ: ୩ ଗିରଫ, ମାଲିକ ଫେରାର

ବ୍ରହ୍ମପୁର ଅଫିସ,୭୮-ସଦର ଥାନା ପୋଲିସ ସୋମବାର ରାତିରେ ଭୈରବନଗରରେ ବେଆଇନ ଭାବେ ଚାଲିଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ଗୁଟ୍‌ଖା...

ସମାଜକୁ ସଂସ୍କାରଧର୍ମୀ କରିବାକୁ ଗୁରୁତ୍ୱ

ସୋନପୁର, ୧୪ା୧୦(ନି.ପ୍ର.) ସୁବର୍ଣ୍ଣପୁର ଜିଲା ଯାଦବ ମହାସଭା ପକ୍ଷରୁ ବାର୍ଷିକ ଶାରଦୀୟ ପୂର୍ଣ୍ଣମୀ ଅବସରରେ ବାର୍ଷିକ ପୂଜା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଦବଙ୍କ...

ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଦୁଇଟି ଭାଲୁ, ଜଣେ ଗୁରୁତର

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ଜିଲା ରାଣୀପଡ଼ା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ ଗୁରୁବାର ସକାଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁର...

ବାପାଙ୍କୁ ଘରେ ଲୁଚାଇଥିବା ନେଇ ପୁଅଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୨୮ା୩(ସ୍ବ.ପ୍ର.): ବାପା କେରଳରେ ଫସିଛନ୍ତି। ଏପରିସ୍ଥଳେ ଘରେ ଲୁଚାଇଥିବା ନେଇ ଗଁ।ର କିଛି ଲୋକଙ୍କ ଅକ୍ରୋଶର ଶିକାର ହୋଇ ମାଡ ଖାଇଛନ୍ତି ପୁଅ,...

ନୀଳାଚଳ ଇସ୍ପାତ ନିଗମ ଲିଃରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ବିଜୁବାବୁଙ୍କ ଦ୍ୱିତୀୟ ଇସ୍ପାତ ସ୍ବପ୍ନ ହେବ ନିଲାମ

ଯାଜପୁର ଅଫିସ,୯ା୧: କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହାର ହେବ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ...

ମାନବିକତା ଦେଖାଇଲେ ଡିଆଇଜିଙ୍କ ସ୍ତ୍ରୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ

ଅନୁଗୋଳ ଅଫିସ, ୧୬।୧୧- ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇ ଉଚ୍ଚ ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ...

କାର ଦୁର୍ଘଟଣା: ୪ ଗୁରୁତର

ଭଣ୍ଡାରିପୋଖରୀ, ୯ା୩(ଡ଼ି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ଛକଠାରେ ସୋମବାର ପ୍ରତ୍ୟୁଷରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ (ନଂ. ଓ୧୭...

Leave a comment

Your email address will not be published. Required fields are marked *