ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ମୃତକ ହେଲେ ରେଢାଖୋଲ ଅଞ୍ଚଳର ନୀଳମଣି ବେହେରା।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନୀଳମଣି ସ୍ତ୍ରୀ ଏବଂ ୨ ପିଲାଙ୍କୁ ନେଇ ବାଇକ୍‌ରେ ଅନୁଗୋଳରୁ ରେଢ଼ାଖୋଲସ୍ଥିତ ନିଜ ଘରକୁ ଯାଉଥିଲେ। ଭୋର୍‌ ୪ଟାରେ ଜରପଡ଼ା ନିକଟରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲେ। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ନୀଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଘରୋଇ ବିମାନ ଉଡ଼ାଣ ପାଇଁ ଯୋଗାଇ ଦିଆଯିବ ୧% ଭାଟ୍‌ରେ ଇନ୍ଧନ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ...

ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର...

ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ

ଝୁମ୍ପୁରା,୮।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି,...

୪ ବଖରା ଜଳିଗଲା

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୪ ବଖରା ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କ...

ପଚା ଅଦା ବିହନ ବାଣ୍ଟି ଟଙ୍କା ହଡ଼ପ ଉଦ୍ୟମ ଅଭିଯୋଗ: ଯୋଗାଣକାରୀ ସଂସ୍ଥାକୁ ମିଳିବନି ଟଙ୍କା

ପାଲଲହଡ଼ା, ୧୯ା୭(ଡି.ଏନ.ଏ.)-ପାଲଲହଡ଼ା ଉପଖଣ୍ଡରେ ପାଉଡି ଭୂଁୟାଙ୍କ ଉନ୍ନତି ପାଇଁ ଗଠନ କରାଯାଇଥିବା ପାଉଡି ଭୂଁୟା ଉନ୍ନୟନ ସଂସ୍ଥା (ପିବିଡିଏ) ପକ୍ଷରୁ ଆଦିବାସୀ ଚାଷୀଙ୍କୁ ପଚା ତଥା...

ଲଗାଣ ବର୍ଷାରେ ଧାନଜମି ଜଳମଗ୍ନ

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକ ଅନ୍ତର୍ଗତ ୨୨...

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା...

ମହାପ୍ରଭୁଙ୍କ ପାଇଁ ମାମୁଘରୁ ଆସିବ ପୋଢୁଆଁ ବସ୍ତ୍ର

ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର...

Leave a comment

Your email address will not be published. Required fields are marked *