କରୋନା ପଜିଟିଭ ଗୁଜବ: ଜଣେ ଗିରଫ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ବଡ ଆର୍ଜିପଲ୍ଲୀ ଗ୍ରାମର ସିଏଚ୍‌ ଏରେୟା। ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କିଛିଦିନ ପୂର୍ବରୁ ଛତ୍ରପୁର ଅଞ୍ଚଳର ଜଣେ ଲୋକ ବିଦେଶରୁ ଫେରିଥିଲେ। ସେ ମେଡିକାଲ ଟେଷ୍ଟ କରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ଅପରପକ୍ଷେ ୧୪ ଦିନ ଘରେ ରହିବାକୁ ବ୍ରହ୍ମପୁର ବଡ଼ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସେ ଘରେ ରହୁଥିଲେ, ମାତ୍ର ତାଙ୍କୁ କରୋନା ପଜିଟିଭ ହୋଇଥିବା ନେଇ ମିଥ୍ୟା ଖବର ସୋସିଆଲ ମଡିଆରେ ଘୂରି ବୁଲିଥିଲା। ଏହି ଖବର ମିଥ୍ୟା ନେଇ ବିଦେଶ ଫେରନ୍ତା ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ପରେ ଥାନାରେ ୭୭/୨୦ରେ ଏକ ମାମଲା ରୁଜୁ ହୋଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା...

‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ...

ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ଆକ୍ରମଣ, ତୋଟାପଡାରେ ଉତ୍ତେଜନା

ଖଇରା, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ବାଇକ ନେବା ଘଟଣାରେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ...

ଥାନାକୁ ନ ଯାଇ ଫୋନ୍‌ରେ କରିହେବ ଅଭିଯୋଗ

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ ଜନସାଧାରଣ ଯେମିତି ହଇରାଣ ନ ହୁଅନ୍ତି, ସେ ଦିଗରେ ପୋଲିସ ବିଭାଗ ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି...

ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଗୁଳିକାଣ୍ଡ ଘଟଣା: ବିଜେଡି କାଉନ୍‌ସିଲରଙ୍କ ସହ ୩ ଗିରଫ

ପୁରୀ ଅଫିସ,୫।୩: ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡ ଘଟଣାରେ କୁମ୍ଭାରପଡ଼ା ପୋଲିସ ବୁଧବାର ପୂର୍ବତନ କାଉନସିଲରଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା...

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି...

ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା...

ବେଆଇନ ଦର୍ଶାଇ ବନ୍ଦ କରାଯାଇଥିଲା ଭିନ୍ନକ୍ଷମଙ୍କ ୨୨ ମାସର ଭତ୍ତା କୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଲା ବ୍ଲକ ପ୍ରଶାସନ

ଏରସମା,୨୧ା୧(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତସ୍ଥିତ ଜାମୁକଣ ଗ୍ରାମର ଭିନ୍ନକ୍ଷମ ଲକ୍ଷ୍ମୀଧର ମହାପାତ୍ର ୨୨ମାସ ଧରି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ...

Leave a comment

Your email address will not be published. Required fields are marked *