ପାଟଣା ଲକ୍‌ଡାଉନ୍‌: ଫ୍ଲାଗ ମାର୍ଚ୍ଚକରି ବଜାରର ଦୋକାନଗୁଡ଼ିକୁ ବନ୍ଦ କଲା ପୋଲିସ

ପାଟଣା,୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଗହଳି କମାଇ କରୋନାକୁ ରୋକିବା ପାଇଁ ମଙ୍ଗଳବାର ମୁଖ୍ୟାଳୟସ୍ଥିତ ଦୋକାନ ବଜାର ବନ୍ଦ କରାଯାଇଛି। ଲକ୍‌ଡାଉନ୍‌କୁ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ଜିଲାପାଳ ଆଶିଷ ଠାକ୍‌ରେ ଓ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି। ପାଟଣା ଥାନାଧିକାରୀ ଜେନାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ସହାୟତାରେ ସାଇରନ ପାଟଣା ବଜାରରେ ଫ୍ଲାଗମାର୍ଚ୍ଚ କରିବା ସହ ବଜାରକୁ ଲକ୍‌ଡାଉନ୍‌ କରିଦେଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ସମସ୍ତ ଦୋକାନକୁ ପୋଲିସ ବନ୍ଦ କରିଦେଇଛି। ତେବେ ସରକାରୀ ବିଦେଶୀ ମଦ ଦୋକାନ ଖୋଲା ଥିବା ଦେଖିବାକୁ ମିଳିଛି। ଏ ନେଇ ପାଟଣା ଅବକାରୀ ଅଧିକାରୀ ଦିଲିପ କୁମାର ତାଣ୍ଡିଙ୍କୁ କେବଳ ବାର ବନ୍ଦ ପାଇଁ ନିର୍ଦ୍ଦେଶ ଆସିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ପାଟଣା ଥାନା କର୍ମଚାରୀଙ୍କ ସହାୟତାରେ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି। ବଜାର ଜନଶୂନ୍ୟ ରହିଛି। ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ସୀମାରେ ପାଟଣା ପୋଲିସ ପକ୍ଷରୁ ନାକାବନ୍ଦୀ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି।


All Right Reserved By Dharitri.Com

ଯୁବତୀ ଅପହରଣ ଘଟଣା: ଏସ୍‌ପି ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଭଦ୍ରକ ଅଫିସ,୧୨।୨: ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଇତିମଧ୍ୟରେ...

କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି...

ଆହୁରି ୧୫ ଦିନ ପରେ ମଣ୍ଡିରେ କିଣାହେବ ଧାନ: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ନୟାଗଡ଼ ଅଫିସ,୫ା୧୨: ଗତ ୨୯ ତାରିଖରେ ଜିଲାରେ ସରକାରୀ ଭାବେ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଡିସେମ୍ବର ୧୮ ତାରିଖ ପରେ ମଣ୍ଡିରେ ଧାନ...

ଚୌଦ୍ୱାର ଫରେଷ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ : ଥାନା ଦ୍ୱାରସ୍ଥ ହେଲେ ମହିଳା କର୍ମଚାରୀ

ଚୌଦ୍ୱାର,୨ା୯(ଡି.ଏନ୍‌.ଏ.) : ଚୌଦ୍ୱାର ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ର କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବା ନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଏ...

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର...

ମନ ମୋହିଲା ଲୌକିକ ପରମ୍ପରା: ବୈଦିକ ରୀତିରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଶୁକ୍ରବାର ପବିତ୍ର ଶୀତଳଷଷ୍ଠୀ ପର୍ବରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା...

୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ...

ଟ୍ରାକ୍ଟର-ଟ୍ରଲି ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଝରିଗାଁ,୨ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼ା ଗ୍ରାମରେ ରବିବାର ସକାଳେ ଟ୍ରାକ୍ଟର – ଟ୍ରଲି ଚାପି ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *