କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ିଜ୍‌ ଏବଂ ଆଣ୍ଟି-ଇନଫ୍ଲାମାଟୋରୀ ଆଦି ପ୍ରାୟ ୮ ପ୍ରକାର ଔଷଧର ଉପଯୋଗ କରାଯାଉଛି। ସେଥିମଧ୍ୟରେ ଫାଭିପିରାଭିର୍‌ ଜାପାନରେ ୩୪୦ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିପାରିଛି। ଏହାକୁ ଫୁଜି ଫିଲ୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ବ୍ୟବହାର କରାଯିବାର ୪ ଦିନ ପରେ ସଂକ୍ରମିତଙ୍କ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛି। ତେବେ ଏହାକୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କ ଲାଗି ଔଷଧ ଚୟନରେ ଅସୁବିଧା ଦେଖାଦେଉଛି। ସେହିପରି କେତେକ କ୍ଷେତ୍ରରେ ଏସିଟାମ୍ରା ଔଷଧର ବ୍ୟବହାର କରାଯାଉଛି। ଏହାକୁ ସୁଇଜରଲାଣ୍ଡର କମ୍ପାନୀ ରୋକେ ପ୍ରସ୍ତୁତ କରୁଛି। ଏହା ସମ୍ପ୍ରତି ପ୍ରସ୍ତୁତିର ତୃତୀୟ ଷ୍ଟେଜ୍‌ରେ ରହିଛି। କରୋନା ଚିକିତ୍ସା କ୍ଷେତ୍ରରେ କ୍ଲୋରୋକ୍ୱିଇନ୍‌ର ମଧ୍ୟ ଉପଯୋଗ କରାଯାଉଛି। ୧୯୩୪ରେ ଏହାକୁ ମ୍ୟାଲେରିଆ ଚିକିତ୍ସା ଲାଗି ପ୍ରସ୍ତୁତ କରାଯାଇଥିଲା। ତେବେ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବେଶ୍‌ ସଫଳ ରହିପାରିଛି। ଚାଇନାରେ ଏହାକୁ ସଂକ୍ରମିତଙ୍କ ଲାଗି ବ୍ୟବହାର କରାଯାଉଛି। ସେହିପରି ଆମେରିକା କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିର କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହୃତ ହେଉଛି। ଏହା କରୋନା ଭୂତାଣୁର ବିଜନ ପ୍ରକ୍ରିୟାକୁ ରୋକିବାରେ ସଫଳ ହୋଇପାରୁଛି। ଇତିମଧ୍ୟରେ ୧୦୦୦ଜଣ ସଂକ୍ରମିତଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଏହାର ସଫଳତା ରିପୋର୍ଟ ଏପ୍ରିଲ୍‌ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି କୁହାଯାଉଛି। ଡେଙ୍ଗୁ ଲାଗି ପ୍ରସ୍ତୁତ କରାଯାଇଥିବା ଇଣ୍ଟରଫେରୋନ୍‌ ଆଲ୍‌ଫା-୨-ବି ଔଷଧକୁ କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଉଛି। ଏହାକୁ କ୍ୟୁବାର ଚେଞ୍ଜେବର କମ୍ପାନୀ ୧୯୮୧ରେ ପ୍ରସ୍ତୁତ କରିଥିଲା। ଚାଇନା ସରକାର କରୋନା ଚିକିତ୍ସା ପାଇଁ ଏହି ଔଷଧର ଅନୁମତି ଦେଇଛନ୍ତି। ଆମେରିକାରେ କେଭଜାରା ଔଷଧକୁ ୪୦୦ରୁ ଅଧିକ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। ଏହା ଅନୁଧ୍ୟାନର ଦ୍ୱିତୀୟ ଏବଂ ତୃତୀୟ ଷ୍ଟେଜ୍‌ରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସକ୍ଷମ ହେଉଛି। ସେହିପରି ଏମ୍‌-ଆର୍‌ଏନ୍‌ଏ-୧୨୭୩ ଔଷଧ ୪୫ ଜଣ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ ବେଶ୍‌ ସଫଳତା ମିଳିପାରିଛି। ଏହାର ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ କାର୍ଯ୍ୟ କରୁଥିବା ଆଣ୍ଟିବଡ଼ି ପ୍ରସ୍ତୁତ ହୋଇପାରୁଛି ବୋଲି ଏହାର ନିର୍ମାତା କମ୍ପାନୀ ମୋଡେର୍ନା ଥେରାପିକ୍‌ ପକ୍ଷରୁ କୁହାଯାଇଛି। ଏହା ବର୍ଷେ ପରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଡି-୫-ଏନ୍‌-ସିଓଭି ଔଷଧ ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କାନସିନୋ ବାୟୋଲୋଜିକ୍ସ୍‌ ପକ୍ଷରୁ କୁହାଯାଇଛି। ଏହାର ପରୀକ୍ଷାକୁ ଚାଇନା ସରକାର ଅନୁମତି ଦେଇଛନ୍ତି।


All Right Reserved By Dharitri.Com

କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ...

ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ

ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା...

୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା...

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ...

ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍‌ଚୀ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ମର୍ସ ପ୍ରତିଷେଧକ ଟୀକା: ମୂଷାଠାରେ ସଫଳତାର ସହ ପରୀକ୍ଷଣ !

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ...

Leave a comment

Your email address will not be published. Required fields are marked *