କରୋନା ଭୟ: ଘରେ ବାସନ ଧୋଉଛନ୍ତି ଏହି ଷ୍ଟାର

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ପ୍ରାୟ ରାଜ୍ୟଗୁଡିକ ଏବେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଘରେ ବନ୍ଦୀ ହୋଇ ରହୁଛନ୍ତି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ସେଲ୍ଫ ଆଇସୋଲେଶନ୍‌ରେ ରହୁଛନ୍ତି। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ସମସ୍ତେ ନିଜ ନିଜର କାର୍ଯ୍ୟକଳାପକୁ ଶେୟାର କରୁଥିବା ନଜର ଆସିଛି। ଏହି ଭିଡିଓ ଜରିଆରେ ଘରେ ରହି ସୁରକ୍ଷିତ ରହିବା ସହ ସରକାରଙ୍କ ସହ ମିଶି କରୋନା ମହାମାରୀକୁ ହରାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ତେବେ ଏଥିରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ପଛରେ ରହି ନାହାନ୍ତି। ସେମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଯୋଗୁ ଘରେ କାମ କରୁଥିବା ମହିଳା ଆସିପାରୁ ନ ଥିବାରୁ ବି-ଟାଉନ୍‌ ସେଲିବ୍ରିଟିଙ୍କୁ ଏବେ ନିଜ କାମ ନିଜକୁ କରିବାକୁ ପଡ଼ୁଛି। ପୂର୍ବରୁ କ୍ୟାଟ୍ରିନା ଘରେ ଗିଟାର ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ବାସନ ଧୋଉଥିବାର ଏକ ଭିଡିଓ ଦେଖିବାକୁ ମିଳିଛି। ବାସନ ଧୋଇବା ସହ ପାଣି କିଭଳି ସଞ୍ଚୟ କରିବା ସେନେଇ ଏହି ଭିଡିଓ ଜରିଆରେ ସମସ୍ତଙ୍କୁ ସେ ଏକ ବାର୍ତ୍ତା ଦେଇଛନ୍ତି। ସେହିପରି କାର୍ତ୍ତିକ ଆର୍ୟନ ମଧ୍ୟ ଘରେ ରହି ବାସନ ଧୋଉଥିବାର ଏକ ଭିଡିଓଟିରେ ଦେଖିବାକୁ ମିଳିଛି। କରୋନା ଯୋଗୁ ସମସ୍ତ ଶୁଟିଂ ବନ୍ଦ ଥିବାରୁ ସବୁ ସେଲିବ୍ରିଟିମାନେ ଘରେ ଆଇସୋଲେଶନ୍‌ରେ ରହି ନିଜ ମନପସନ୍ଦର କାର୍ଯ୍ୟକଳାପ କରିବା ସହ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲୋକଙ୍କୁ ସଚେତନ କରୁଥିବା ନଜର ଆସିଛି।


All Right Reserved By Dharitri.Com

ଏୟାର ପୋର୍ଟରେ ମେକ୍‌ଅପ୍‌ ନେଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ବିମାନ ବନ୍ଦରରେ ମେକ୍‌ଅପ୍‌...

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

ଶାହରୁଖ୍‌ଙ୍କ ସ୍କେଚ୍‌ କଲେ ଅବରାମ: ଟୁଇଟରରେ ପ୍ରଶଂସା କଲେ କିଙ୍ଗ ଖାଁ

ମୁମ୍ବାଇ: ଶାହରୁଖ୍‌ ଖାଁଙ୍କ ପୁଅ ଅବରାମ ପିତାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ଏହାକୁ ଦେଖି ଶାହରୁଖ୍‌ ଇମ୍ପ୍ରେସ୍‌ ହୋଇଯାଇଛନ୍ତି। ପୁଅର ସ୍କେଚ୍‌କୁ ଟୁଇଟରରେ ଶେୟାର କରିବା ସହିତ...

‘ଗୀତ ପାଇଁ ଘର ଛାଡ଼ିଲେ’

ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ...

ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ...

ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ...

ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ...

କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା

ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା...

Leave a comment

Your email address will not be published. Required fields are marked *