ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ କୌଣସି ଯାତ୍ରୀବାହୀ ଗାଡ଼ି ଓଡ଼ିଶା ମଧ୍ୟକୁ ପଶିବାକୁ ଦିଆଯାଉନାହିଁ ା କେବଳ ମାଲବାହୀ ଗାଡ଼ି ଯାତାୟାତ ନିମନ୍ତେ ଅନୁମତି ଦିଆଯାଇଛି। ସୋମବାର ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ସାହାବାଜିପୁର ବର୍ଡ଼ରଠାରେ ରାସ୍ତା ସିଲ୍‌ କରି ଯାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଉଦୟପୁର ମେରାଇନ୍‌ ଥାନା ପକ୍ଷରୁ ପୋଲିସ ବାହିନୀ ମୁତୟନ କରାଯାଇ କଡାକଡି ପଦକ୍ଷେପ ନିଆଯାଇଥିଲା। ଜଳେଶ୍ୱର ଲକ୍ଷ୍ମଣନାଥ ୬୦ନଂ. ଜାତୀୟ ରାଜପଥ, ଅଗ୍ରୱାଲ ଛକ ଓ ଆମ୍ବଳିଅଠା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ରାସ୍ତାକୁ ଅନୁରୂପ ସିଲ୍‌ କରି ଯାଞ୍ଚ କରାଯାଇଥିଲା। ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଚନ୍ଦନେଶ୍ୱର ମନ୍ଦିର, ଉଦୟପୁର ଓ ତାଳସାରୀକୁ ଆସୁଥିବା କତିପୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଇଥିଲା।


All Right Reserved By Dharitri.Com

ପାଣିରେ ଭାସୁଛି ପାଚିଲା ଧାନ

ରୂପ୍‌ସା,୯।୧୧(ଡି.ଏନ.ଏ.)-ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲା ୨ଦିନ ଧରି ଲାଗି ରହିଛି ଲଘୁଚାପଜନିତ ଲଗାଣବର୍ଷା। ଚାଷଜମି ସବୁ ଜଳମଗ୍ନ ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି।...

ନକଲି ପ୍ରଶ୍ନପତ୍ର ଭାଇରାଲ

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ)/ ଧର୍ମଗଡ଼,୨୦ା୨(ଡି.ଏନ.ଏ.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହେଲେ ଆରମ୍ଭ ଦିନରେ ନକଲି ଓଡ଼ିଆ...

ଶହୀଦଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨।୭(ବ୍ୟୁରୋ) ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ...

ପାଖେଇ ଆସୁଛି ବାଲିଯାତ୍ରା, ସରିନି ୫୦% କାମ

କଟକ ଅଫିସ, ୩।୧୧ ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରା ଆଉ ୯ଦିନ ବାକି ଥିବା ବେଳେ ଜିଲା ପ୍ରଶାସନ ଏବଂ କଟକ...

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ...

ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ...

ପ୍ରଶାସନ ଉଦାସୀନତାର ପ୍ରତିବାଦ:ସୁକୁମାରେ ମିିଶିବାକୁ ଯାଉଥିଲେ ଗ୍ରାମବାସୀ

ମାଲକାନଗିରି,୨୧।୧ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ବ୍ଲକ ମାଟାପାକା ପଞ୍ଚାୟତ କତାମାଟେରୁ ଗ୍ରାମର ୧୫୦ ଆଦିବାସୀ ପରିବାର ନିଜ ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ସୁକୁମାରେ...

Leave a comment

Your email address will not be published. Required fields are marked *