୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କଲା ବେଦାନ୍ତ

ନୂଆଦିଲ୍ଲୀ,୨୩-୩
କରୋନା ଦ୍ୱାରା ପ୍ରଭାବିତ ନିଷ୍ପେସିତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହାୟତା କରିବା ଲାଗି ବେଦାନ୍ତ ଗ୍ରୁପ ପକ୍ଷରୁ ୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି। ସରକାରଙ୍କ କରୋନା ବିରୋଧି ପଦକ୍ଷେପ ଅନ୍ତର୍ଗତ ଯୋଗଦାନ ରଖିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଦୈନିକ ଭିତ୍ତିରେ କାମ କରୁଥିବା କର୍ମଚାରୀଙ୍କ ଜୀବନ ଜିବିକା, କର୍ମଚାରୀ ଏବଂ ଠିକା କର୍ମଚାରି, ପ୍ରତିଶେଧକ ଶିକ୍ଷା ବ୍ୟବସ୍ଥା ଗ୍ରହଣ ଦିଗରେ ଏହି ପାଣ୍ଠି ଖର୍ଚ୍ଚ ହେବ। କମ୍ପାନୀର ବିଭିନ୍ନ ପ୍ଲାଣ୍ଟ ଏବଂ ଲୋକେସନରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ମଙ୍ଗଳଲାଗି ଏହି ପାଣ୍ଠି ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ପ୍ରତିରୋଧ କରିବା ଲାଗି ସରକାର ଉଲ୍ଲେଖନୀୟ କାମ କରୁଛନ୍ତି। ଏକ ଦାୟିତ୍ୱବାନ କମ୍ପାନୀ ଭାବେ ଏ ଦିଗରେ ଯୋଗଦାନ ରଖାଯାଇଥିବା ବେଦାନ୍ତ ରିସୋର୍ସେସର କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି...

ଫନୀ ପ୍ରଭାବିତଙ୍କୁ ଏସ୍‌ବିଆଇ ଦେଲା ୧୨୦ କୋଟି ଟଙ୍କାର ଋଣ

ଭୁବନେଶ୍ୱର,୭-୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟର ଫନୀ ପ୍ରଭାବିତଙ୍କୁ ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ...

ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ...

୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା,...

ପାର୍ବଣରେ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭି ବିକ୍ରିରେ ଉନ୍ନତି

ନୂଆଦିଲ୍ଲୀ,୧୦-୧୧: ଚଳିତ ବର୍ଷ ପାର୍ବଣରେ ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭିଗୁଡିକ ବିକ୍ରି ବେଶ୍‌ ଉନ୍ନତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ...

ଜିଏସ୍‌ଟି ପରିସରକୁ ଶୀଘ୍ର ଆସିପାରେ ଗ୍ୟାସ,ଏଟିଏଫ୍‌

ନୂଆଦିଲ୍ଲୀ,୩୦-୧୦: ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନ ବା ଆଭିଏଶନ ଟର୍ବାଇନ ଫୁଏଲ(ଏଟିଏଫ୍‌) ଶୀଘ୍ର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆସିବା ନେଇ ସମ୍ଭାବନା ରହିଛି।...

ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ

ନୂଆଦିଲ୍ଲୀ,୧୦-୬: ଚଳିତବର୍ଷ ମାର୍ଚ୍ଚ ମାସରେ ଦେଶ ମଧ୍ୟକୁ ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ ଘଟି ୨.୮୪ ନିୟୁତ ରହିଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ...

ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର...

Leave a comment

Your email address will not be published. Required fields are marked *