ଅଭିବୃଦ୍ଧି ପୂର୍ବାନୁମାନ କମାଇଲେ ୟୁବିଏସ୍‌, ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୨୪-୩: କରୋନା ଯୋଗୁ ଦେଶ ମଧ୍ୟରେ ବର୍ତ୍ତମାନ ଜଟିଳ ସ୍ଥିତି ଉପୁଜିଥିବା ବେଳେ ଘରୋଇ ଅର୍ଥ ବ୍ୟବସ୍ଥା ଉପରେ ଏହାର ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୪% ରହିବ ବୋଲି ୟୁବିଏସ୍‌ ପକ୍ଷରୁ କୁହାଯାଇଛି। ଏହି ସମୟରେ ଭାରତର ବିକାଶ ହାର ୫.୧% ରହିବ ବୋଲି ୟୁବିଏସ୍‌ ପୂର୍ବରୁ ପୂର୍ବାନୁମାନରେ କହିଥିଲା। ସେହିଭଳି ୨୦୧୯-୨୦ ଲାଗି ଭାରତର ବିକାଶ ହାର ଅନୁମାନକୁ ଏହା ୪.୮%କୁ ଖସାଇ ଦେଇଥିବା ଜଣାପଡିଛି। ୨୦୨୦-୨୧ରେ ଭାରତର ବିକାଶ ହାର ୫.୨% ରହିବା ନେଇ ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ(ଏସ୍‌ ଆଣ୍ଡ ପି) ପକ୍ଷରୁ ଅନୁମାନରେ କୁହାଯାଇଛି। ଏହି ସମୟ ଅବଧିରେ ଭାରତର ବିକାଶ ୬.୫% ହେବ ବୋଲି ଏସ୍‌ ଆଣ୍ଡ ପି ପକ୍ଷରୁ ପୂର୍ବରୁ କୁହାଯାଇଥିଲା। କରୋନା ବ୍ୟାପିବା ଯୋଗୁ ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଭାରତର ବିକାଶ ହାର ପୂର୍ବାନୁମାନ କମ୍‌ କରୁଥିବା ଜଣାପଡିଛି।


All Right Reserved By Dharitri.Com

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

ସୁନା ଗହଣାରେ ବାଧ୍ୟତାମୂଳକ ହେବ ହଲମାର୍କ

ନୂଆଦିଲ୍ଲୀ,୩୦-୧୧: ୨୦୨୧ ଜାନୁୟାରୀ ୧୫ଠାରୁ ସୁନା ଗହଣାରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ସୁନା ଗହଣାର ଗୁଣବତ୍ତା ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା...

ବିଶ୍ୱ ଅତିଧନୀଙ୍କ ସମ୍ପତ୍ତି ୨୭ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧୦-୧୧: ଗତ ବର୍ଷ ବିଶ୍ୱସ୍ତରରେ ବିଲିୟନେୟାରଙ୍କ ସମ୍ପତ୍ତିରେ ୩୮୮ ବିଲିୟନ ଡଲାର(ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା) ହ୍ରାସ ଘଟିଛି। ଗତ ୧୫ ବର୍ଷ ମଧ୍ୟରେ...

ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା

ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ...

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ...

ବିଦେଶକୁ ଟଙ୍କା ପଠାଇଛନ୍ତି ଗୋୟଲ:ଇଡି

ନୂଆଦିଲ୍ଲୀ,୨୫-୮: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଟିକସ ଦେବାରୁ ରକ୍ଷା ପାଇବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ଏହାରି ମାଧ୍ୟମରେ ସେ ଜାଲିଆତି...

ରାଣା କପୁରଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ,୭।୫: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍‌ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର...

ଜାତୀୟ ହାର୍ଡଓ୍ବେର ହାକାଥନରେ ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଜାତୀୟ ହାର୍ଡଓ୍ବେର ହାକାଥନ-୨୦୧୯ରେ ସି.ଭି.ରମଣ କଲେଜର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ କଗ୍‌ନିଜାଣ୍ଟ କମ୍ପାନୀ ଦ୍ୱାରା...

Leave a comment

Your email address will not be published. Required fields are marked *