Posted inଖେଳ

ସ୍ପେନ୍‌ରେ ପ୍ରଫେଶନାଲ ଫୁଟ୍‌ବଲ ସସ୍‌ପେଣ୍ଡ୍‌

ମାଡ୍ରିଡ୍‌, ୨୪ା୩ (ଏଏଫ୍‌ପି)- କରୋନା ଭାଇରସ୍‌ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ଲା ଲିଗା ଓ ସ୍ପାନିଶ ଫୁଟ୍‌ବଲ ଫେଡେରେଶନ (ଆର୍‌ଏଫ୍‌ଇଏଫ୍‌) ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ସ୍ବାସ୍ଥ୍ୟଗତ ରିସ୍କ୍‌ ନ ଥିବା ବିଷୟ ହୃଦୟଙ୍ଗମ କରି ସ୍ପାନିଶ ସରକାର ଯେତେବେଳେ ନିଷ୍ପତ୍ତି ନେବେ ସେତେବେଳେ ଦୁଇ ଟପ୍‌ ଡିଭିଜନର ମ୍ୟାଚ ଗୁଡ଼ିକ ଖେଳାଯିବ ବୋଲି ଲା ଲିଗା ଓ ଆର୍‌ଏଫ୍‌ଇଏଫ୍‌ ପ୍ରକାଶ କରିଛନ୍ତି। ପୂର୍ବରୁ ମାର୍ଚ୍ଚ ୧୨ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟସୂଚୀକୁ ସସ୍‌ପେଣ୍ଡ କରାଯାଇଥିଲା। ଚଳିତ ସପ୍ତାହ ଶେଷ ଭାଗରେ ଖେଳ ଆରମ୍ଭ କରିବା ଲାଗି ସ୍ଥିର କରାଯାଇଥିଲା। ମାତ୍ର ସଂକଟ ଜାରି ରହିବାରୁ ଶେଷରେ ଫୁଟ୍‌ବଲକୁ ସସ୍‌ପେଣ୍ଡ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୩- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ବଂଶଦ୍ଭୋବ ମହିଳା ବାନ୍ଧବୀ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି। ଦୁହିଙ୍କ ନିର୍ବନ୍ଧ ବେଳର...

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି...

କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍‌ର ଯୋଜନା

ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍‌ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଅଣ୍ଟା...

କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦେଲା ବେଙ୍ଗଲ ଟେନିସ ଆସୋସିଏଶନ

କୋଲକାତା, ୩୦।୩ (ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ସ୍ଥାନୀୟ ବେଙ୍ଗଲ ଟେନିସ ଆସୋସିଏଶନ (ବିଟିଏ) ସୋମବାର ୧ ଲକ୍ଷ ଟଙ୍କା ଦାନ କରିଛି। ବେଙ୍ଗଲ ଅଲିମ୍ପିକ୍‌...

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ...

ଆଇପିଏଲ୍‌ ପରେ ଭବିଷ୍ୟତ ସମ୍ପର୍କରେ ଧୋନୀ ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.)- ଆସନ୍ତାବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ୟାରିୟରର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି...

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା...

ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍‌ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍‌ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା...

Leave a comment

Your email address will not be published. Required fields are marked *